ନୂଆଦିଲ୍ଲୀ: ‘ତେଲେଙ୍ଗାନା ଜାଗୃତି’ ସଭାପତି କେ କବିତା ବୁଧବାର ଏମ୍ଏଲ୍ସି ପଦରୁ ତାଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ନିଜ ବାପା ତଥା ବିଆର୍ଏସ (ଭାରତ ରାଷ୍ଟ୍ର ସମିତି) ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ବାରା ନିଲମ୍ବିତ ହେବାର ଦିନକ ପରେ କବିତା ବିଆର୍ଏସ୍ ଦଳ ମଧ୍ୟ ଛାଡ଼ି ଦେଇଛନ୍ତି। ସମ୍ପର୍କୀୟ ଭାଇ ଟି ହରିଶ ରାଓଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ବିରୋଧରେ ବିସ୍ଫୋରକ ମନ୍ତବ୍ୟ ଦେବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।
ନିଜ ଭାଇ ତଥା ପୂର୍ବତନ ମନ୍ତ୍ରୀ କେ.ଟି. ରାମା ରାଓଙ୍କୁ ସମ୍ବୋଧିତ କରି କବିତା କହିଛନ୍ତି, ‘ମୁଁ ରାମ ଆନ୍ନାଙ୍କୁ କେସିଆରଙ୍କ ସ୍ୱାସ୍ଥ୍ୟ ଏବଂ ଦଳୀୟ କର୍ମୀଙ୍କ ଯତ୍ନ ନେବାକୁ ଅନୁରୋଧ କରୁଛି’। ଏକ ସାମ୍ବାଦିକ ସମ୍ମିଳନୀରେ କବିତା କେସିଆରଙ୍କୁ ତାଙ୍କର ‘ପ୍ରେରଣା’ ବୋଲି ବର୍ଣ୍ଣନା କରି ତେଲେଙ୍ଗାନାରେ ଦଳିତ ଏବଂ ପଛୁଆ ବର୍ଗଙ୍କୁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ତାଙ୍କୁ ଶ୍ରେୟ ଦେଇଛନ୍ତି। କବିତା କହିଛନ୍ତି, ମୋ ବିରୋଧରେ ଓ ମୋ ବାପାଙ୍କ ବିରୋଧରେ ଦଦଳ ଭିତରୁ ହିଁ ଷଡ୍ଯନ୍ତ୍ର ହୋଇଛି ଏବଂ ହରିଶ ହିଁ ଏହାର ବୀଜ ବୁଣିଥିବା ନେଇ ତାଙ୍କ ପାଖରେ ପ୍ରମାଣ ରହିଛି।