କେ ନଟରାଜନ୍‌ ଭାରତୀୟ ତଟରକ୍ଷୀ ବାହିନୀ ମୁଖ୍ୟ

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀର ୨୩ତମ ମୁଖ୍ୟ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ମହାନିର୍ଦ୍ଦେଶକ କ୍ରୀଷ୍ଣାସ୍ବାମୀ ନଟରାଜନ। ରାଜେନ୍ଦ୍ର ସିଂହଙ୍କ ସ୍ଥାନରେ କେ ନଟରାଜନ ଆଜିଠୁ ତଟରକ୍ଷୀ ବାହିନୀର ମୁଖ୍ୟ ପଦରେ ରହିଛନ୍ତି। ଭାରତୀୟ ତଟରକ୍ଷୀର ଜଣେ ପଞ୍ଚମ ବ୍ୟାଚ୍‌ ଅଫିସର ହେଉଛନ୍ତି ନଟରାଜନ। ୧୯୮୪, ଜାନୁଆରି ୧୮ ତାରିଖରେ ସେ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ। ମାଡ୍ରାସ୍‌ ବିଶ୍ବବିଦ୍ୟାଳୟରୁ ପ୍ରତିରକ୍ଷା ଏବଂ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌ରେ ସେ ମାଷ୍ଟର ଡିଗ୍ରୀ କରିଛନ୍ତି। ୱେଲିଙ୍ଗଟନ୍‌ ଡିଫେନ୍ସ ସର୍ଭିସ ଷ୍ଟାଫ୍‌ କଲେଜ୍‌ର ସେ ଜଣେ ପୂର୍ବତନ ଛାତ୍ର।

ସମ୍ବନ୍ଧିତ ଖବର