ନୂ୍ଆଦିଲ୍ଲୀ : ଆଜି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ବିର୍ଲା ତାଙ୍କ ବାର୍ତ୍ତାରେ କହିଛନ୍ତି, ‘ ରଥଯାତ୍ରା ଭଗବାନ ଜଗନ୍ନାଥ, ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ବାର୍ଷିକ ଯାତ୍ରା। ଏହା କେବଳ ଭାରତ‌ରେ ନୁହେଁ, ବିଶ୍ବର ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଧାର୍ମିକ ଯାତ୍ରା। ଏହି ଶୁଭ ଅବସର‌ରେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ମାନବ ଜାତିର ସ୍ବାସ୍ଥ୍ୟ, ସୁଖ ଓ ସମୃଦ୍ଧି ପାଇଁ ଆଶୀର୍ବାଦ କରିବାକୁ ପ୍ରାର୍ଥନା କରୁଛି।’’