ନୂଆଦିଲ୍ଲୀ: ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି କେ ଶିବନ୍। ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଏଏସ୍ କିରନ କୁମାରଙ୍କ ସ୍ଥାନ ଗ୍ରହଣ କରିବେ କେ ଶିବନ୍। କେରଳର ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରରେ ବର୍ତ୍ତମାନ ନିର୍ଦ୍ଦେଶକ ଥିବା କେ ଶିବନ୍ ଖୁବ୍ ଶୀଘ୍ର ଇସ୍ରୋର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ସେ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ ଟେକନୋଲୋଜିର ଜଣେ ପୂର୍ବତନ ଛାତ୍ର। ଏଠାରୁ ସେ ଏରୋନଟିକାଲ ଇଞ୍ଜିନିୟରିଂ ଅଧ୍ୟୟନ କରିଛନ୍ତି। ଶିବନ୍ ୧୯୮୨ ମସିହାରେ ଇସ୍ରୋରେ ପିଏସଏଲଭି ପ୍ରକଳ୍ପରେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଏ ଏସ କିରନ କୁମାର ୨୦୧୫ ଜାନୁଆରି ୧୨ ତାରିଖରୁ ଇସ୍ରୋର ଅଧ୍ୟକ୍ଷ ଭାର ଗ୍ରହଣ କରି ଆସିଛନ୍ତି। କୁମାର ୧୯୭୫ ମସିହାରେ ଇସ୍ରୋର ସ୍ୟାକ୍ (ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର)ରୁ କ୍ୟାରିଅର ଆରମ୍ଭ କରିଥିଲେ। ଆସନ୍ତା ସୋମବାର ଦିନ ଚଳିତ ବର୍ଷ ପାଇଁ ଇସ୍ରୋର ପ୍ରଥମ ଉପଗ୍ରହ ପ୍ରେରଣ ହେବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ୍ ହେବାକୁ ଥିବା କାର୍ଟୋସାଟ୍- ୨ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ୨୦୧୮ ବର୍ଷ ପାଇଁ ଇସ୍ରୋର ଏହି ପ୍ରଥମ ଅଭିଯାନ ସଫଳ ହେବ ବୋଲି କେ ଶିବନ୍ ବେଶ୍ ଆଶାବାଦୀ ଅଛନ୍ତି ଏବଂ ଏହା ସଫଳ ହେବା ଦିଗରେ କଠୋର ପରିଶ୍ରମ ମଧ୍ୟ ଜାରି ରହିଛି ବୋଲି ସେ କହିଛନ୍ତି।
କେ ଶିବନ୍ ଇସ୍ରୋ ଅଧ୍ୟକ୍ଷ
/sambad/media/post_attachments/wp-content/uploads/2018/01/KSIVAN.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)