କାନପୁର: ରିଲ୍ସ କରିବା ପରେ ଜୀବନ ହାରିଲେ କବାଡ଼ି କୋଚ୍। ଉତ୍ତରପ୍ରଦେଶର କାନପୁରରେ ଘଟିଛି ଏଭଳି ହୃଦୟଥରା ଘଟଣା। ଏଭଳି ପଦକ୍ଷେପ ନେବା ପୂର୍ବରୁ କବାଡ଼ି କୋଚ୍ 'ଜିତ୍ କି ହବସ ନେହିଁ, କିସି ପେ କୋଇ ବସ୍ ନେହିଁ' ଗୀତରେ ରିଲ୍ସ ତିଆରି କରିଥିଲେ। ତେବେ ଯୁବକଙ୍କ ଏଭଳି ପଦକ୍ଷେପ ଏବେ ପୂରା ପରିବାରକୁ ଦୋହଲାଇ ଦେଇଥିବା ବେଳେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଜଣକ କବାଡ଼ି କୋଚ୍ ବିକ୍ରାନ୍ତ ଉପାଧ୍ୟେୟ(୨୫)ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, କବାଡି କୋଚ୍ ବିକାଶ ଉପାଧ୍ୟାୟ କାନପୁରର ପନକି ଅଞ୍ଚଳର ଏଫ-ବ୍ଲକ ଗଣେଶ ଶଙ୍କର ବିଦ୍ୟାଧର ନଗରରେ ରହୁଥିଲେ। ଘର ଚଳାଇବା ପାଇଁ ଅର୍ମାପୁର ଗ୍ରାଉଣ୍ଡରେ ସେ ପିଲାମାନଙ୍କୁ କବାଡି କୋଚିଂ ଦେଉଥିଲେ। କୁହାଯାଉଛି ଯେ ଘରେ କୌଣସି ଅସୁବିଧା ନଥିଲା ଏବଂ ତାଙ୍କ କୋଚିଂ ମଧ୍ୟ ଭଲରେ ଚାଲିଥିଲା। ସବୁ କିଛି ଠିକ ଥିବା ବେଳେ ବିକାଶ ଏଭଳି ପଦକ୍ଷେପ କାହିଁକି ନେଲେ, ସେ ପ୍ରଶ୍ନ ଏବେ ପରିବାର ଲୋକଙ୍କ ମୁଣ୍ଡରେ ଘୁରି ବୁଲୁଛି। ଘଟଣା ବିଷୟରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲା। ଏହା ସହ ତାଙ୍କ ଶୋଇବା ଘରର ଯାଞ୍ଚ କରିଥିଲେ ବି ଆତ୍ମହତ୍ୟା ପଛର କୌଣସି କାରଣ ପୁଲିସ ହାତରେ ଲାଗିପାରିନାହିଁ। ଏବେ ପୁଲିସ ଜୀବନ ହାରିବା ପଛର କାରଣ ଖୋଜିବାରେ ଲାଗିପଡ଼ିଛି।