କାବେରୀ ଜଳବିବାଦ : ମେ’ ୩ ସୁଦ୍ଧା ଚିଠା ପ୍ରସ୍ତାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଳୀ: କାବେରୀ ଜଳବିବାଦର ସମାଧାନ ପାଇଁ କାବେରୀ ମ୍ୟାନେଜ୍‌ମେଣ୍ଟ ବୋର୍ଡ (ସିଏମ୍‌ବି) ଗଠନ କରିବାରେ ସରକାର ବିଫଳ ହୋଇଥିବାରୁ ଆଜି ସୁପ୍ରିମକୋର୍ଟ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। ଦୀର୍ଘ ୨୦୦ ବର୍ଷର ପୁରୁଣା ଜଳ ବିବାଦର ସମାଧାନ ପାଇଁ ମେ’ ୩ ସୁଦ୍ଧା ସୁପ୍ରିମକୋର୍ଟଙ୍କ ନିକଟରେ ଏ ବାବଦରେ ଚିଠାପ୍ରସ୍ତାବ ଦାଖଲ କରିବାପାଇଁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ବାବଦରେ ଅଧିକ ସମୟ ଦେବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ସୁପ୍ରିମକୋର୍ଟଙ୍କୁ ଯେଉଁ ଅନୁରୋଧ କରିଥିଲେ କୋର୍ଟ ତାହା ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।।

ସମ୍ବନ୍ଧିତ ଖବର