ମୋହାଲି: ଭଲ ପାଇବା ଆଉ କଣ କି? ସ୍ନେହର ରଙ୍ଗ କେମିତି କି? ଆଜି ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖାଇବୁ ଯାହାକୁ ଆପଣଙ୍କୁ ଭାବପ୍ରବଣ କରିଦେବ | କାରଣ ଦେଶ ପାଇଁ ସହିଦ ହୋଇଥିବା ନିଜ ବାପାଙ୍କୁ କୁନି ପୁଅ ଶ୍ରଦ୍ଧାଞ୍ଜଳି ଜଣାଇଛି | ବାସ୍ତବତାକୁ ସେତେଟା ବୁଝିପାରିନଥିଲେ ବି କୁନି ପୁଅ ଶ୍ରଦ୍ଧାଞ୍ଜଳି ଜଣାଇଛି | ଆଉ ବାପା ଫେରିବେନି, ସୀମାରୁ ଆଉ ବାପାଙ୍କ ଫୋନ ଆସିବନି କି ଯେବେ ଘରକୁ ଆସିଲେ ଭଲ ଭଲ ଉପହାର ଆଣିବେନି, ଏସବୁକୁ କୁନି ପୁଅ ବେଶ ବୁଝିପାରିଛି ଆଉ ଜଣେ ସୈନିକଙ୍କ ପୁଅ ଭାବେ ଗର୍ବ ଅନୁଭବ କରି ଶ୍ରଦ୍ଧାଞ୍ଜଳି ଜଣାଇଛି | ବାସ୍ତବରେ
ଜମ୍ମୁ-କଶ୍ମୀରର ଅନନ୍ତନାଗରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା କର୍ଣ୍ଣେଲ ମନପ୍ରୀତ ସିଂଙ୍କ ମରଶରୀର ଆଜି ପଞ୍ଜାବ ମୋହାଲିର ବାଦୋଡିଆସ୍ଥିତ ତାଙ୍କ ଗାଁରେ ପହଞ୍ଚିଥିଲା । କର୍ଣ୍ଣେଲ ମନପ୍ରୀତଙ୍କ ମରଶରୀର ଦେଖିବା ପରେ ସମସ୍ତଙ୍କ ଆଖିରୁ ଲୁହ ଝରିଆସିଥିଲା |

Advertisment


ଆଉ ସମସ୍ତଙ୍କ ମୁହଁରୁ କେବଳ ଗୋଟିଏ ଧାଡି ଶୁଣିବାକୁ ମିଳିଥିଲା, ସହିଦ ଯବାନ ଅମର ରହେ |ତେବେ କର୍ଣ୍ଣେଲଙ୍କ ୬ ବର୍ଷୀୟ କୁନି ପୁଅ  କବିର ସେନା ୟୁନିଫର୍ମ ପିନ୍ଧି ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ ନିଜ କୁନି ପୁଅ ପାଇଁ ବାପା ଏହି ପୋଷାକ ସିଲେଇଦେଇଥିଲେ | ଆଉ ବାପା ଚାଲିଯିବା ପରେ କୁନି ପୁଅ ନିଜ ବର୍ଦ୍ଦି ପିନ୍ଧି ବାପାଙ୍କୁ ଶେଷଥର ପାଇଁ ସାଲ୍ୟୁଟ ମାରିଥିଲା |