ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଇଡି ସମନ୍‌ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ‌ହେଲେ କବିତା

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ) ନେତ୍ରୀ ‌କେ କବିତା ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ସମନ୍‌କୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କବିତା ହେଉଛନ୍ତି ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟ ଏବଂ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ। ମାର୍ଚ୍ଚ ୧୧ରେ ତାଙ୍କୁ ଜେରା କରାଯାଇଥିଲା ଏବଂ ମାର୍ଚ୍ଚ ୧୬ରେ ତାଙ୍କୁ ପୁଣିଥରେ ସମନ୍‌ କରାଯାଇଥିଲା।

ତେବେ ଏହି ସମନ୍‌ ଉପରେ ରୋକ୍‌ ଲଗାଇବାପାଇଁ କବିତା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ପ୍ରଧାନ ବିଚାରପତି କବିତାଙ୍କ ସମନ୍‌ ଉପରେ ରହିତାଦେଶ ଲଗାଇବା ଏବଂ ଜରୁରୀ ଶୁଣାଣି ପାଇଁ ମନା କରିଛନ୍ତି। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ କୋର୍ଟ କବିତାଙ୍କ ଆବେଦନ ଉପରେ ଶୁଣାଣି କରିବେ।

ସମ୍ବନ୍ଧିତ ଖବର