କାବୁଲରେ ଆତ୍ମଘାତୀ ଆକ୍ରମଣ ୪୦ ମୃତ, ୩୦ ଆହତ

କାବୁଲ୍‌: ଆଫଗାନିସ୍ତାନ ରାଜଧାନୀ କାବୁଲ୍‌ରେ ଆଜି ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଜୀବନ ଯାଇଛି। କାବୁଲର ଏକ ସିହା ସାଂସ୍କୃତିକ କେନ୍ଦ୍ରରେ ସଂଘଟିତ ଏକାଧିକ ବିସ୍ଫୋରଣରେ ୩୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସୂଚନାନୁଯାୟୀ, ସୋଭିଏତ ଆକ୍ରମଣର ୩୮ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ହିଁ ବିସ୍ଫୋରଣ ହୋଇଥିଲା। ସିୟା ତବନ ସାଂସ୍କୃତିକ କେନ୍ଦ୍ରକୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ କରାଯାଇଥିବା ଗୃହ ମନ୍ତ୍ରାଳୟ ମୁଖପାତ୍ର ନସରତ ରହିମି କହିଛନ୍ତି। ଆକ୍ରମଣ ପାଇଁ ଆଇଏସ୍‌ ଗୋଷ୍ଠୀ ନିଜକୁ ଦାୟୀ କରିଛି। କାବୁଲ୍‌ରେ ଏକ ଗୁଇନ୍ଦା ସଂସ୍ଥା କାର୍ଯ୍ୟାଳୟରେ ନିକଟରେ ସଂଘଟିତ ଆକ୍ରମଣରେ ୬ଜଣଙ୍କ ମୃତ୍ୟୁର ମାତ୍ର ୩ ଦିନ ପରେ ଏହି ଆକ୍ରମଣ ଘଟଣା ଆତଙ୍କ ଖେଳାଇଦେଇଛି।

ସମ୍ବନ୍ଧିତ ଖବର