କାବୁଲରେ ଆତ୍ମଘାତୀ ବିସ୍ଫୋରଣ ୨୫ ମୃତ; ୧୮ ଗୁରୁତର

କାବୁଲ (ଆଫ୍‌ଗାନିସ୍ତାନ୍‌): ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଅପରାହ୍ନରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ଆତ୍ମଘାତୀ ବିସ୍ଫୋରଣରେ ୨୫ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ଭାବେ ଆହତ ହୋଇଥିବା କାବୁଲର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଟୋଲୋ ନ୍ୟୁଜ୍‌ ସୂତ୍ରରୁ ଜଣାପଡ଼ିଛି।

କାବୁଲର ପୋଲିସ୍‌ ମୁଖ୍ୟ ଅବ୍‌ଦୁଲ୍‌ହମିଦ୍‌ ଚକ୍‌ରୀ ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଜିର ବିସ୍ଫୋରଣରେ ଆତଙ୍କବାଦୀମାନେ ଏକ ଆତ୍ମଘାତୀ କାର୍‌ ବୋମାର ବ୍ୟବହାର କରିଥିଲେ। କାବୁଲର କାର୍ତ୍ତ-ଇ-ଚାର ଅଞ୍ଚଳରେ ଥିବା ଅଲ୍ଲୀ ଆବାଦ୍‌ ହସ୍ପିଟାଲ ଓ କାବୁଲ ୟୁନିଭରସିଟିର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଆତ୍ମଘାତୀ ବିସ୍ଫୋରଣରେ ୨୫ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ଭାବେ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ବିସ୍ଫୋରଣରେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ, ଏହି ଘଟଣାରେ ମୁତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଥିବା ଜଣେ ସରକାରୀ ପ୍ରବକ୍ତା କହିଛନ୍ତି। ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ୨୫ ଜଣ ସାଧାରଣ ନାଗରିକ ଥିବା ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର