କାବୁଲରୁ ଦୁଇ ପାକିସ୍ତାନୀ ନାଗରିକ ଗିରଫ, ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ

କାବୁଲ : ଗୁରୁବାର ସଂଧ୍ୟାରେ କାବୁଲ ବିମାନ ବନ୍ଦରରେ ହୋଇଥିବା ଦୁଇଟି ଆତ୍ମଘାତୀ ବୋମା ବିସ୍ଫୋରଣ ପରେ ସମଗ୍ର ଆଫଗାନିସ୍ତାନରେ ଆତଙ୍କ ଖେଳିଯାଇଛି । ତେବେ ଆଉ ଏକ ତୃତୀୟ ବୋମା ବିସ୍ଫୋରଣକୁ ଠିକ ସମୟରେ ଏଡ଼େଇ ଦିଆଯାଇପାରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୁରକ୍ଷା ବାହିନୀଙ୍କ ସତର୍କତା ପାଇଁ ଆଉ ଏକ ବୋମା ବିସ୍ଫୋରଣକୁ ଅଟକାଇ ଦିଆଯାଇଛି । ଏହି ମାମଲାରେ ଦୁଇଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ସେମାନେ ହକ୍କାନି ନେଟଓ୍ବାର୍କର ସଦସ୍ୟ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ସେ କାବୁଲରେ ଥିବା ତୁର୍କମେନିସ୍ତାନ ଦୂତାବାସ ଆଗରେ ବୋମା ବିସ୍ଫୋରଣ କରିବାକୁ ଯାଉଥିଲା ।

ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ ଆଇଏସର ସହଯୋଗୀ ସଂସ୍ଥା ଆଇଏସ-ଖୋରାସାନ ନିଜକୁ ଦାୟୀ କରିଛି । ଏହି ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଓ ୧୫୦ରୁ ଅଧିକ ମୃତ୍ୟୁବରଣ କରିଛନ୍ତି । ଆଇଏସ-କେ ପକ୍ଷରୁ ଏହି ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର ଫଟୋ ମଧ୍ୟ ଜାରି କରାଯାଇଛି । ଆମେରିକୀୟ ସୈନ୍ୟ ଓ ସେମାନଙ୍କୁ ସହାୟତା କରୁଥିବା ଆଫଗାନମାନଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି ବୋଲି ଆଇଏସ କହିଛି ।

 

ସମ୍ବନ୍ଧିତ ଖବର