କାବୁଲ୍‌ରେ ବିସ୍ଫୋରଣ, ୧୨ ମୃତ

କାବୁଲ୍‌ : ଆଫଗାନିସ୍ତାନ ରାଜଧାନୀ କାବୁଲ୍‌ରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଆତଙ୍କ ଖେଳାଇ ଦେଇଛି। କାବୁଲ୍‌ର ଏକ ସରକାରୀ ମନ୍ତ୍ରାଳୟ ବାହାରେ ଆଜି ଏକ ଆତ୍ମଘାତୀ ବିସ୍ପୋରଣ ହେବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହେବା ସହ ୩୧ ଜଣ ଆହତ ହୋଇଛନ୍ତି। ତେବେ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ କରିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଭିତ୍ତିକରି ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର