କାବୁଲ: ଥାନା ନିକଟରେ କାର୍‌ ବୋମା ବିସ୍ଫୋରଣ ଯୋଗୁଁ ଶତାଧିକ ଆହତ

କାବୁଲ: ବୁଧବାର ଦିନ ଆଫଗାନିସ୍ଥାନର ରାଜଧାନୀ କାବୁଲର ଏକ ଥାନା ବାହାରେ ଗୋଟାଏ କାର୍‌ ବୋମା ବିସ୍ଫୋରଣ ଘଟିବାରୁ ଶତାଧିକ ବ୍ୟକ୍ତି ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସକାଳ ଜନଗହଳି ସମୟରେ ସହରର ପଶ୍ଚିମରେ ହୋଇଥିବା ଏହି ବସ୍ଫୋରଣ ପାଇଁ ତାଲିବାନ ନିଜକୁ ଦାୟୀ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ବିସ୍ଫୋରଣ ପରେ ଧୂସର ଧୂଆଁର ବଉଦ ଆକାଶକୁ ଉଠିଥିଲା।

ଷ୍ଟେସନ୍‌ ବାହାରେ ଥିବା ଚେକ୍‌ପଏଣ୍ଟ୍‌ରେ ଗାଡ଼ିଟି ଅଟକାଯିବା ବେଳେ ବୋମାଟି ଫୁଟିଥିବା କଥା ଅଭ୍ୟନ୍ତରୀଣ ମନ୍ତ୍ରାଳୟ ମୁଖପାତ୍ର ନସ୍‌ରତ୍‌ ରହିମି କହିଛନ୍ତି।

Image Source: India Today

ତାଲିବାନ କହିଛି କି, ସେମାନଙ୍କର ଜଣେ ଆତ୍ମଘାତୀ ବୋମାବିସ୍ଫୋରକ ଗୋଟାଏ ରିକ୍ରୁଇଟ୍‌ମେଣ୍ଟ୍‌ ସେଣ୍ଟର୍‌କୁ ଆକ୍ରମଣ କରିଛି।

ଏଥିଯୋଗୁଁ ବହୁସଂଖ୍ୟକ ସୈନିକ ଏବଂ ପୁଲିସ ମୃତାହତ ହୋଇଥିବା କଥା ତାଲିବାନ କହିଛି।

ଆହତ ହୋଇଥିବା ଅନ୍ୟୁନ ୯୫ ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସାଧାରଣ ନାଗରିକ- ମହିଳା ଏବଂ ଶିଶୁ।

ସମ୍ବନ୍ଧିତ ଖବର