କାବୁଲ୍‌ରେ କାର୍‌ ବୋମା ବିସ୍ଫୋରଣ ମୃତକଙ୍କ ମଧ୍ୟ‌ରେ ଭାରତୀୟ

କାବୁଲ୍‌: ଆଫଗାନିସ୍ତାନ ରାଜଧାନୀ କାବୁଲ୍‌ରେ ଗତରାତିରେ କାର୍‌ ବୋମା ବିସ୍ଫୋରଣ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଅଛନ୍ତି। ପୂର୍ବ କାବୁଲ୍‌ ବିମାନବନ୍ଦର ନିକଟସ୍ଥ ଗ୍ରିନ୍‌ ଭିଲେଜ୍‌ ଅଞ୍ଚଳରେ ଏହି କାର୍‌ ବୋମା ବିସ୍ଫୋରଣ ଘଟିଛି। ଏଭଳି ଭୟଙ୍କର ଆକ୍ରମଣ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ମୃତ ଭାରତୀୟ ନାଗରିକଙ୍କ ଶବ ଆଣିବାପାଇଁ କାବୁଲ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର