କାବୁଲ ହୋଟେଲ ଆକ୍ରମଣ ପଛରେ ପାକିସ୍ତାନ, ଆତଙ୍କବାଦୀଙ୍କୁ ତାଲିମ ଦେଇଥିଲା ଆଇଏସଆଇ

କାବୁଲ: ବିଶ୍ୱରେ ଯେଉଁଠି ବି ଆତଙ୍କବାଦୀ ଆକ୍ରମଣ ହେଉଛି ତାହାର ଚେର ପାକିସ୍ତାନରେ ବାହାରୁଛି । ତେବେ ପାକିସ୍ତାନି ଆକ୍ରମଣର ସବୁଠୁ ବେଶୀ ଶିକାର ହେଉଛନ୍ତି ଭାରତ ଓ ଆଫଗାନିସ୍ତାନ । ଆଫଗାନିସ୍ତାନରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ତାଲିବାନ ଓ ହକ୍କାନି ନେଟଓ୍ଵାର୍କ ମାଧ୍ୟମରେ ଆତଙ୍କବାଦ ଚଳାଉଛି । ଚଳିତ ମାସରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଲଗାତାର ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି ବୋଲି ଆଫଗାନ ସରକାର ଖୋଲାଖୋଲି ଘୋଷଣା କରିଛନ୍ତି ।

ଗତ ୨୦ ତାରିଖରେ କାବୁଲ ସ୍ଥିତ ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ କରାଯାଇଥିବା ଆଫଗାନ ସରକାର କହିଛନ୍ତି । ଜାତିସଂଘରେ ଅବସ୍ଥାପିତ ଆଫଗାନିସ୍ତାନ ପ୍ରତିନିଧି ମହମ୍ମଦ ସୈକାଲ କହିଛନ୍ତି ଯେ ଏହି ଆତଙ୍କବାଦୀ କାଣ୍ଡରେ ସାମିଲ ଥିବା ଜଣେ ଆତଙ୍କବାଦୀର ବାପା ଆବଦୁଲ କହର ମାନିଛି ଯେ ତା ପୁଅ ପାକିସ୍ତାନର ବେଲୁଚିସ୍ତାନ ରାଜ୍ୟର ଚମନଠାରେ ତାଲିମ ପାଇଥିଲା ।

ଗତ ୨୦ ତାରିଖରେ କାବୁଲ ସ୍ଥିତ ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୨୫ ଜଣ ଲୋକ ପ୍ରାଣ କରାଇଥିଲେ । ଆତଙ୍କବାଦୀମାନେ ପ୍ରତି ରୁମକୁ ଯାଇ ବିଦେଶୀ ପର୍ଯ୍ୟଟକମାନଙ୍କୁ ଖୋଜି ଖୋଜି ମାରିଥିଲେ । ଆପଗାନ ସୁରକ୍ଷା କର୍ମୀଙ୍କୁ ପ୍ରତିଆକ୍ରମଣରେ ଏହି ଆତଙ୍କବାଦୀମାନେ ପ୍ରାଣ ହରେଇଥିଲେ । ତାଙ୍କପାଖରୁ ମିଳିଥିବା ଅସ୍ତ୍ରଶସ୍ତ୍ର, ଉପକରଣ, ନାଇଟ୍‌ ଭିଜନ ଚଷମା ଆଦି ପାକିସ୍ତାନି ନିର୍ମିତ ବୋଲି ତଦନ୍ତରୁ ଜଣାପଡିଥିଲା ।

ସମ୍ବନ୍ଧିତ ଖବର