କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ଆଜି ପୁଣି ଏକ ବଡ଼ ବିସ୍ଫୋରଣରେ ଥରି ଉଠିଛି। କାବୁଲର ଏକ ସୁନ୍ନି ମସ୍ଜିଦ୍କୁ ଟାର୍ଗେଟ କରି ହୋଇଥିବା ବିସ୍ଫୋରଣରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଶୁକ୍ରବାର ପ୍ରାର୍ଥନା ପାଇଁ ସହରର ପଶ୍ଚିମାଞ୍ଚଳରେ ଥିବା ଖଲିଫା ସାହିବ ମସ୍ଜିଦ୍ରେ ଲୋକଙ୍କ ସମାବେଶ ହୋଇଥିବା ବେଳେ ବିସ୍ଫୋରଣ ହୋଇଥିଲା। ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ସୁନ୍ନି ମସ୍ଜିଦଗୁଡ଼ିକୁ ଟାର୍ଗେଟ୍ କରି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେଉଥିବାରୁ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ଆଫଗାନିସ୍ତାନରେ ତୁହାକୁ ତୁହା ଏଭଳି ଆକ୍ରମଣ ତାଲିବାନର ଚିନ୍ତା ବଢ଼ାଇ ଦେଇଛି। ଆକ୍ରମଣକାରୀଙ୍କୁ ଠାବ କରି ଅତି କଠୋର ଶାସ୍ତି ଦିଆଯିବ ବୋଲି ତାଲିବାନ ଆଭିନ୍ତରୀୟ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ଆଜିର ଆକ୍ରମଣ ଘଟଣା ପରେ ମସ୍ଜିଦ୍ଗୁଡ଼ିକରେ ସୁରକ୍ଷା ବଢ଼ାଇ ଦିଆଯାଇଛି।
କାବୁଲ ମସ୍ଜିଦରେ ବିସ୍ଫୋରଣ, ୫୦ ମୃତ
/sambad/media/post_attachments/wp-content/uploads/2022/04/fhsfhsffhfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)