ଅପେକ୍ଷା କରନ୍ତୁ ଓ ଦେଖନ୍ତୁ ଆଗକୁ କ’ଣ ହେଉଛି : କୈଳାସ ବିଜୟବର୍ଗୀୟ

ସଙ୍କଟରେ ମଧ୍ୟପ୍ରଦେଶରେ ୧୫ ମାସର କମଳନାଥ ସରକାର

ଇନ୍ଦୋର: ମଧ୍ୟପ୍ରଦେଶରେ ୧୫ ମାସର କମଳନାଥ ସରକାରଙ୍କ ପାଇଁ  ଦେଖା ଦେଇଥିବା ସଙ୍କଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା ତଥା ଦଳର ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟ। ସେ କହିଛନ୍ତି ଯେ, ଏହା କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାର। ଅପେକ୍ଷା କରନ୍ତୁ ଓ ଦେଖନ୍ତୁ ଆଗକୁ କ’ଣ ହେଉଛି ।
କଂଗ୍ରେସର ଘୋଡ଼ା ବେପାର ଅଭିଯୋଗକୁ ଖଣ୍ଡନ କରି କୈଳାସ କହିଛନ୍ତି ଯେ ଏଥିରେ ବିଜେପିର କିଛି ନେଣଦେଣ ନାହିଁ । ଏହା କଂଗ୍ରେସର ଅଭ୍ୟନ୍ତରୀଣ କନ୍ଦଳର ପରିଣାମ । କଂଗ୍ରେସ ବିଧାୟକମାନେ ବେଶ ଭଲଭାବେ ଜାଣନ୍ତି ଯେ ସେମାନଙ୍କ ଭବିଷ୍ୟତ କମଳନାଥଙ୍କ ହାତରେ ସୁରକ୍ଷିତ ନାହିଁ । କାରଣ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ କରିବାରେ ଅସଫଳ ହୋଇଛନ୍ତି ।

ବର୍ତ୍ତମାନ ଯେଉଁ ଘଟଣାକ୍ରମ ଚାଲିଛି ତାହା କଂଗ୍ରେସ ବିଧାୟକଙ୍କ କ୍ଷୋଭର ପରିପ୍ରକାଶ ବୋଲି କୈଳାସ ବିଜୟବର୍ଗୀୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ସମୟରେ ମଧ୍ୟ ବିଜେପି ସରକାର ଗଠନ କରିପାରିଥାନ୍ତା, ଯେଉଁ ସମୟରେ ଦଳ ପାଖରେ ୪ ରୁ ୫ ବିଧାୟକ କମ୍‌ ଥିଲେ । କିନ୍ତୁ ବିଜେପି ଘୋଡା ବେପାରରେ ବିଶ୍ୱାସ କରେ ନାହିଁ ।

image source-one india

ସୂଚନାଯୋଗ୍ୟ, କ୍ଷମତାସୀନ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳର ପ୍ରାୟ ୧୦ ଜଣ ବିଧାୟକ ଗୁର୍‌ଗାଓଁର ଏକ ହୋଟେଲ୍‌ରେ ଏକଜୁଟ ହୋଇ ରହିଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ସରକାର ଭାଙ୍ଗିବା ପାଇଁ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି। ତେବେ ଏହି ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କୁ ହୋଟେଲ୍‌ରୁ ‌ଫେରାଇ ଆଣିବା ପାଇଁ କଂଗ୍ରେସ ସମର୍ଥ ହୋଇଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର