ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ପରିବହନ ମନ୍ତ୍ରୀ କୈଳାସ ଗେହଲଟ ଗତକାଲି ଆପ୍ରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର, ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଓ ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ଗେହଲଟ ଦଳରେ ମିଶିଛନ୍ତି। ବିଜେପିରେ ଯୋଗ ଦେବାପରେ ସେ କହିଛନ୍ତି ଯେ ରାତାରାତି ଏଭଳି ନିଷ୍ପତ୍ତି ନେଇନାହାନ୍ତି।
ଚାପରେ କୈଳାସ ଗେହଲଟ ଦଳ ଛାଡ଼ିଥିବା ଆପ୍ କରିଥିବା ଦାବିକୁ ସେ ଖଣ୍ଡନ କରିଛନ୍ତି। କୈଳାସ କହିଛନ୍ତି, ବାହ୍ୟ ଚାପରେ ମୁଁ ବିଜେପିରେ ଯୋଗ ଦେଇନାହିଁ ବରଂ ଆପ୍ ଏହାର ବିଚାରଧାରାରେ ସାଲିସ କରିଛି। ଏଥିପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ଏହି ଅବସରରେ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା କହିଛନ୍ତି, ଗେହଲଟ ଆପ୍ ଦଳ ଛାଡ଼ିବା ସହ ଦଳର ଆତ୍ମବିଶ୍ବାସ ଦୁର୍ବଳ ହୋଇଯିବ ଏବଂ ଦିଲ୍ଲୀବାସୀ ସେମାନଙ୍କ ପ୍ରଗତି ଓ ଉତ୍ତମ ଭବିଷ୍ୟତ ପାଇଁ ଏକ ଡବଲ୍ ଇଂଜିନ ସରକାର ଗଠନ ପାଇଁ ପ୍ରସ୍ତୁତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/19/CpOyh33PtMWjqoVtgjUs.jpg)