ଗ୍ୟାଙ୍ଗଟକ୍ : ପାଞ୍ଚ ବର୍ଷ ପରେ, କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି। ସିକିମ ରୁଟ୍ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଲାଗି ତୀର୍ଥଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।
ପ୍ରଥମ ଦଳକୁ ବିଦାୟ ଦେବା ସମୟରେ, ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ଏବଂ ଆଇଟିବିପି ଏବଂ ସେନା କର୍ମଚାରୀଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କଲେ।
୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା। ୨୦୨୦ ମସିହାରୁ ଯାତ୍ରାର ଉଭୟ ସରକାରୀ ମାର୍ଗ ଭାରତୀୟଙ୍କ ପାଇଁ ବନ୍ଦ ରହିଥିଲା। ତେବେ ସଂପର୍କରେ ଉନ୍ନତି ଆସିବା ପରେ ଗତ ଜାନୁଆରି ମାସରେ ପୁଣି ଯାତ୍ରା ଆରମ୍ଭ ଲାଗି ଉଭୟ ଦେଶ ରାଜି ହୋଇଥିଲେ । ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ କୈଳାସ ମାନସରୋବର ଭଗବାନ ଶିବଙ୍କ ବାସସ୍ଥାନ ଅଟେ । ସେଥିପାଇଁ କୈଳାସ ମାନସରୋବରକୁ ପ୍ରତି ବହୁ ସଂଖ୍ୟକ ଲୋକ ଯାଆନ୍ତି । କେବଳ ହିନ୍ଦୁମାନେ ନୁହନ୍ତି, ବୌଦ୍ଧ ଓ ଜୈନମାନଙ୍କ ପାଇଁ ଏହି ସ୍ଥାନ ପବିତ୍ର ମନେକରାଯାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/20/kailash-2025-06-20-22-14-10.jpg)