ନୂଆଦିଲ୍ଲୀ : ଭୋପାଳରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ପ୍ରାଜ୍ଞା ସିଂହ ଠାକୁରଙ୍କ ନଥୁରାମ ଗଡ଼ସେଙ୍କୁ ଦେଶଭକ୍ତ କହିବା ବୟାନକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ନିଜ ବୟାନକୁ ନେଇ ସେ କ୍ଷମା ମାଗି ନେଇଥିଲେ ମଧ୍ୟ ତାଙ୍କୁ ଦଳରୁ ବାହାର କରିବା ସହ ନାମାଙ୍କନ ରଦ୍ଦ ନେଇ ଦାବି କରାଯାଉଛି । ତେବେ ଏତେ ସବୁ ବିବାଦ ମଧ୍ୟରେ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ଟୁଇଟ୍ କରି ପ୍ରଜ୍ଞାଙ୍କ ବୟାନକୁ ନେଇ ଆଲୋଚନା କରିଛନ୍ତି ।
गोडसे ने गांधी के शरीर की हत्या की थी, परंतु प्रज्ञा जैसे लोग उनकी आत्मा की हत्या के साथ, अहिंसा,शांति, सहिष्णुता और भारत की आत्मा की हत्या कर रहे हैं।गांधी हर सत्ता और राजनीति से ऊपर हैं।भाजपा नेतृत्व छोटे से फ़ायदे का मोह छोड़ कर उन्हें तत्काल पार्टी से निकाल कर राजधर्म निभाए।
— Kailash Satyarthi (@k_satyarthi) May 18, 2019
ଟୁଇଟ୍ରେ, ଗଡ଼ସେ ଗାନ୍ଧୀଙ୍କ ଶରୀରକୁ ହତ୍ୟା କରିଥିଲେ । କିନ୍ତୁ ପ୍ରଜ୍ଞା ତାଙ୍କ ଆତ୍ମା ସହ, ଅହିଂସା, ଶାନ୍ତି, ସହିଷ୍ଣୁତା ଏବଂ ଭାରତର ଆତ୍ମାକୁ ହତ୍ୟା କରିଛନ୍ତି । ଗାନ୍ଧୀ ସବୁ କ୍ଷମତା ଏବଂ ରାଜନୀତିଠାରୁ ବହୁତ ଉପରେ । ବିଜେପି ତୁରନ୍ତ ତାଙ୍କୁ ଦଳରୁ ବହିଷ୍କାର କରି ରାଜଧର୍ମ ପାଳନ କରନ୍ତୁ ବୋଲି କହିଛନ୍ତି କୈଳାଶ ସତ୍ୟାର୍ଥୀ ।