ଜଣେ ଗୋମାଂସ ଖାଉଥିବା ଲୋକ କିପରି ନିର୍ବାଚନ ଜିତିଗଲେ: କୈଳାସ ବିଜୟ ବର୍ଗୀୟ

ଭୋପାଳ: ଭାରତୀୟ ଜନତା ପାର୍ଟିର ସାଧାରଣ ସଂପାଦକ କୈଳାସ ବିଜୟ ବର୍ଗୀୟ ପୁଣି ଥରେ ନିଜର ବୟାନ୍‌ ପାଇଁ ବିବାଦରେ ଫସିଛନ୍ତି। ସେ ମଧ୍ୟ ପ୍ରଦେଶର ବିଧାନସଭା ନିର୍ବାଚନରେ ଭୋପାଳ ମଧ୍ୟ ସିଟ୍‌ରେ ଭାଜପା ପ୍ରାର୍ଥୀ ସୁରେନ୍ଦ୍ର ନାଥ ସିଂହଙ୍କ ପରାଜୟକୁ ନେଇ ଏକ ଟିପ୍ପଣୀ ନେଇଛନ୍ତି।

ବିଜୟ ବର୍ଗୀୟ କହିଛନ୍ତି ମୋତେ ଆଶ୍ଚର୍ଯ୍ୟ ଲାଗୁଛି କି ବିଫ୍‌ (ଗୋ ମାଂସ) ଖାଉଥିବା ଜଣେ ବ୍ୟକ୍ତି କିପରି ନିର୍ବାଚନ ଜିତିଗଲେ,ଯେତେବେଳେ ମଧ୍ୟପ୍ରଦେଶରେ ଗୋହତ୍ୟାକୁ ବିରୋଧ କରୁଥିବା ରାଷ୍ଟ୍ରବାଦୀ ପାର୍ଟି କ୍ଷମତାରେ ଥିଲା। ବିଜୟ ବର୍ଗୀୟ କଂଗ୍ରେସ ବିଧାୟକ ଆରିଫ୍‌ ମାସୁଦ୍‌ଙ୍କ ଉପରେ ଟିପ୍ପଣୀ ଦେଇଛନ୍ତି। ଆରିଫ୍‌ ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ୍‌ ବୋର୍ଡର ସଦସ୍ୟ ମଧ୍ୟ ଥିଲେ। ଆରିଫ ହିଁ ଭୋପାଳ ମଧ୍ୟ ସିଟ୍‌ରେ ଭାଜପା ପ୍ରାର୍ଥୀ ସୁରେନ୍ଦ୍ର ନାଥ ସିଂହଙ୍କୁ ପରାଜିତ କରି ନିର୍ବାଚିତ ହୋଇଥିଲେ ।

ଭୋପାଳରେ ଆୟୋଜିତ ବୁଥ୍‌ କାର୍ଯ୍ୟକର୍ତ୍ତା,ସମ୍ମିଳନୀରେ ଉଦ୍‌ବୋଧନ ଦେଇ କୈଳାସ ବର୍ଗୀୟ ଆହୁରି ମଧ୍ୟ କହିଛନ୍ତି ଯେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଅନେକ ନେତା ହାରିଛନ୍ତି,ହେଲେ ସବୁଠାରୁ ଅଧିକ କଷ୍ଟ ଦେଇଛି ସୁରେନ୍ଦ ନାଥ ସିଂହଙ୍କ ପରାଜୟ।

ସମ୍ବନ୍ଧିତ ଖବର