ମହାନଗର ନିଗମ ଅଧିକାରୀଙ୍କୁ ବ୍ୟାଟରେ ପିଟି ପୁଅ ଗିରଫ ହେବା ଘଟଣାରେ ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ବିଜେପି ନେତା କୈଳାସ ବିଜୟବର୍ଗୀୟ , ଜାଣନ୍ତୁ , ସେ କ’ଣ କହିଲେ

ଇନ୍ଦୋର : ଇନ୍ଦୋର-୩ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ତଥା ବିଜେପି ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ଜଣେ ମହାନଗର ନିଗମ ଅଧିକାରୀଙ୍କୁ ବ୍ୟାଟରେ ପିଟି ଗିରଫ ହେବା ଘଟଣାରେ ଜଣେ ସାମ୍ବାଦିକ କୈଳାସ ବିଜୟବର୍ଗୀୟଙ୍କଠାରୁ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ।

ଏଥିରେ ସେ ଉତକ୍ଷିପ୍ତ ହୋଇ କହିଥିଲେ ‘ଆପଣ କ’ଣ ଜଜ୍? ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପୁଅ କେବେ ବି ଭୁଲ କାମ କରି ପାରିବ ନାହିଁ। ଏହାପରେ ଉଭୟଙ୍କ ଭିତରେ ଉଚ୍ଚବାଚ ହେବାରୁ କୈଳାସ ବିଜୟବର୍ଗୀୟ ନିଜ ଉପରୁ ନିୟନ୍ତ୍ରଣ ହରାଇ ସାମ୍ବାଦିକଙ୍କୁ କହିଲେ ‘ଆପଣଙ୍କର ଔକାତ୍ କ’ଣ?

Zee News

ଏଠାରେ ସୂଚନାଯୋଗ୍ୟ ଯେ ଆକାଶ ବିଜୟବର୍ଗିୟଙ୍କ ଜଣେ ସହଯୋଗୀଙ୍କ ଘରକୁ ‘ବିପଦପୂର୍ଣ୍ଣ’ ଘୋଷଣା କରାଯାଇଥିବା ହେତୁ ଇନ୍ଦୋର ମହାନଗର ନିଗମର ଅଧିକାରୀମାନେ ଏହାକୁ ଭାଙ୍ଗିବା ପାଇଁ ଯାଇଥିଲେ। କିନ୍ତୁ ଆକାଶ ମହାନଗର ନିଗମ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ଏବଂ ଜଣେ ଅଧିକାରୀଙ୍କୁ ବ୍ୟାଟରେ ପିଟିଥିଲେ। ଆକାଶଙ୍କ ବନ୍ଧୁମାନେ ମଧ୍ୟ ଅଧିକାରୀଙ୍କୁ ମାରପିଟ କରିଥିଲେ। ଇନ୍ଦୋର ମହାନଗର ନିଗମ ଅଧିକାରୀଙ୍କ ଗାଡ଼ିକୁ ମଧ୍ୟ ଆକାଶଙ୍କ ସମର୍ଥକମାନେ ଭଙ୍ଗାରୁଜା କରିଥିଲେ। ପରେ ପୁଲିସ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ଉକ୍ତ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏବେ ଆକାଶଙ୍କୁ ଏମ୍ଜି ରୋଡ୍ ପୁଲିସ ଗତକାଲି ଗିରଫ କରିଥିଲା। ତାଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ବିଧାୟକ ଆକାଶ ବିଜୟବର୍ଗୀୟ ଏବଂ ଅନ୍ୟ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର