କର୍ଣ୍ଣାଟକପରେ ମଧ୍ୟ ପ୍ରଦେଶରେ ଅପରେସନ ଲୋଟସକୁ ସଫଳ ରୂପ ଦେବ ବିଜେପି

ଜୟପୁର: ଆଜି କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବା ପରେ ଦଳ ମଧ୍ୟ ପ୍ରଦେଶରେ ଅପରେସନ ଲୋଟସ ଆରମ୍ଭ କରିବ ବୋଲି ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ କହିଛନ୍ତି। ସେ କହିଛନ୍ତି ଯେ କର୍ଣ୍ଣାଟକରେ କ୍ୟାବିନେଟ ଗଠନ ହେବା ପରେ ଏହି ନୂଆ ମିଶନକୁ ସଫଳ ରୂପ ଦିଆଯିବ ।

photo–india today

ସାମ୍ବାଦିକମାନେ ଯେତେବେଳେ କୈଳାସ ବିଜୟବର୍ଗୀୟଙ୍କୁ ମଧ୍ୟ ପ୍ରଦେଶର ରାଜନୈତିକ ପାଣିପାଗକୁ ନେଇ ପ୍ରଶ୍ନ କରିଥିଲେ ସେତେବେଳେ ସେ ଏହାର ଉତ୍ତରରେ ଏହି କଥା କହିଛନ୍ତି । ବିଜୟବର୍ଗୀୟ ଆହୁରି ମଧ୍ୟ କହିଛନ୍ତି ଯେ ,ବିଜେପିର ଏହା ଇଚ୍ଛା ନୁହେଁ ଯେ ମଧ୍ୟ ପ୍ରଦେଶରେ ସରକାର ଭାଙ୍ଗୁ, କିନ୍ତୁ କଂଗ୍ରେସର ବିଧାୟକମାନେ ହିଁ ଅନିଶ୍ଚିତତାରେ ଅଛନ୍ତି । ମଧ୍ୟ ପ୍ରଦେଶର  କଂଗ୍ରେସ ବିଧାୟକମାନଙ୍କୁ ନିଜ ସରକାର ଉପରେ ହିଁ ବିଶ୍ୱାସ ନାହିଁ । ଏଣୁ ସେଠାରେ ବିଜେପି ସରକାର ଆସିବ।

ଏଠାରେ ସୂଚନାଯୋଗ୍ୟ ଯେ ବିଧାନସଭାରେ ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ କିଛି ଦିନତଳେ କହିଥିଲେ ଯେ ଯଦି ତାଙ୍କ ଦଳର ନମ୍ବର ୧ ବା ନମ୍ବର ଦୁଇ ନେତାଙ୍କ ନିର୍ଦ୍ଦେଶ ମିଳିବ ,ତେବେ ସେ ୨୪ ଘଣ୍ଟା ଭିତରେ କମଳନାଥ ସରକାର ଭାଙ୍ଗିଯିବ।

ସମ୍ବନ୍ଧିତ ଖବର