ବିଦେଶରେ ଯେମିତି ଝିଅମାନେ ପ୍ରେମିକ ବଦଳାନ୍ତି, ନୀତୀଶ ସେଭଳି ସରକାର ବଦଳାଉଛନ୍ତି: କୈଲାଶ ବିଜୟବର୍ଗିୟ

ପାଟନା: ମହାଗଠବନ୍ଧନ ସହ ହାତ ମିଳାଇ ବିହାରରେ ନୂତନ ସରକାର ଗଠନ କରିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା କୈଲାଶ ବିଜୟବର୍ଗିୟ। ବିଦେଶରେ ଝିଅମାନେ ପ୍ରେମିକ ବଦଳାଇବା ଭଳି ନୀତୀଶ କୁମାର ସରକାର ବଦଳାଉଥିବା କହି ତାଙ୍କୁ ସମାଲୋଚନା କରିଛନ୍ତି କୈଲାଶ ବିଜୟବର୍ଗିୟ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ଇନ୍ଦୋରରେ ପହଞ୍ଚିଥିବା କୈଲାଶ ବିଜୟବର୍ଗିୟ କହିଛନ୍ତି ଯେ, “ଯେଉଁ ଦିନ ବିହାରରେ ସରକାର ବଦଳିଥିଲା ମୁଁ ସେ ସମୟରେ ବିଦେଶରେ ଥିଲି। ବିହାରରେ ସରକ‌ାର ବଦଳିବା ଦେଖି ସେଠି ଜଣେ କହିଥିଲେ ଯେ, ବିଦେଶରେ ବି ଏଭଳି ହୁଏ। ଏଠାରେ ଝିଅମାନେ ଯେକୌଣସି ସମୟରେ ନିଜର ପ୍ରେମିକ ବଦଳାନ୍ତି। ବିହାରର ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ମଧ୍ୟ ସମାନ। ସେ କେତେବେଳେ କାହା ସହିତ ହାତ ମିଳାଉଛନ୍ତି, କାହାର ହାତ ଛାଡୁଛନ୍ତି ତାହା ଜାଣିବା କଷ୍ଟକର।

ତେବେ ବିହାରରେ ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ୮ଦିନ ବିତିଗଲାଣି, କିନ୍ତୁ ବିଜେପି ନେତା ନୀତୀଶ କୁମାରଙ୍କୁ ସମାଲୋଚନା କରିବା ଜାରି ରଖିଛନ୍ତି। ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗି ତେଜସ୍ୱୀ ଯାଦବଙ୍କ ଆରଜେଡି ଏବଂ କଂଗ୍ରେସ ଦଳ ସହ ବିହାରରେ ଏକ ନୂତନ ସରକାର ଗଠନ କରିଛନ୍ତି। ମେଣ୍ଟ ଭାଙ୍ଗିବା ପରେ ବିହାରରେ ଜଙ୍ଗଲ ରାଜ ପୁଣି ଥରେ ଫେରିଥିବା କହିଛି ବିଜେପି।

ସମ୍ବନ୍ଧିତ ଖବର