କେଜ୍ରିଓ୍ଵାଲଙ୍କ ଓ୍ଵାଗ୍‌ନର କାର୍‌ ଚୋରି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନୀଳ ରଂଗର ଓ୍ଵାଗ୍‌ନର କାର୍‌ ଆଜି ସଚିବାଳୟ ସମ୍ମୁଖରୁ ଚୋରି ହୋଇଯାଇଛି। ଏ ବାବଦରେ ପୁଲିସରେ ଏକ ଏଫ୍‌ଆଇର ଦାଖଲ କରାଯାଇଛି। ଦିଲ୍ଲୀ ସଚ୍ଚିବାଳୟ ସମ୍ମୁଖରେ କାର୍‌ ପାର୍କିଂ ହୋଇଥିଲା ଏବଂ ଅପରାହ୍ନ ୧ଟାରେ କାର୍‌ ଚୋରି ହୋଇଯାଇଥିବା ଜଣାପଡ଼ିଥିଲା । କାର୍‌ ଚୋରି ସଂପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୨୦୧୫ରେ କେଜ୍ରିଓ୍ଵାଲଙ୍କ ଏହି କାର୍‌ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲା। ଆପ୍‌ ସମର୍ଥକ କୁନ୍ଦନ ଶର୍ମା ଏହି ନୀଳ ରଙ୍ଗର ଓ୍ଵାଗନର କାର୍‌କୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ପ୍ରଦାନ କରିଥିଲେ। ତେବେ କେଜ୍ରିଓ୍ଵାଲ ତାଙ୍କ ନୀତିରୁ ବିଚ୍ୟୁତ ହୋଇଥିବା ଅଭିଯୋଗ କରି କୁନ୍ଦନ ଏହି କାର୍‌କୁ ଫେରାଇ ନେବାପାଇଁ ଦାବି କରଥିଲେ। ଦଳରୁ ବରିଷ୍ଠ ନେତା ପ୍ରଶାନ୍ତ ଭୂଷଣ ଏବଂ ଯୋଗେନ୍ଦ୍ର ଯାଦବଙ୍କୁ ହଟାଯିବା ପରେ କୁନ୍ଦନ କ୍ଷୁବ୍ଧ ହୋଇ କାର୍‌ ଫେରାଇ ଦେବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର