କଲରାଜ ମିଶ୍ର ହିମାଚଳ ପ୍ରଦେଶ ରାଜ୍ୟପାଳ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା କଲରାଜ ମିଶ୍ର ହିମାଚଳ ପ୍ରଦେଶ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷେ ହିମାଚଳ ପ୍ରଦେଶର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜରାଟ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ୭୮ ବର୍ଷୀୟ ଶ୍ରୀ ମିଶ୍ର ଗତ ୨୦୧୭ରେ ମୋଦୀ ସରକାରରୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଭାବେ ଇସ୍ତଫା ଦେଇଥିଲେ। ଗୁଜରାଟ ରାଜ୍ୟପାଳ ଓପି କୋହଲିଙ୍କ କାର୍ଯ୍ୟକାଳ ଶେଷ ପରେ ଆଚାର୍ଯ୍ୟ ଦେବବ୍ରତ ନୂଆ ଦାୟିତ୍ବ ନିର୍ବାହ କରିବେ।

ସମ୍ବନ୍ଧିତ ଖବର