ବେଙ୍ଗାଲୁରୁ: ଉତ୍ତର ପ୍ରଦେଶ ପରେ କର୍ଣ୍ଣାଟକରେ ମଧ୍ୟ ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। କଲବୁର୍ଗୀ ଠାରେ ବୁଲା କୁକୁରଙ୍କ ଆକ୍ରମଣରେ ରବିବାର ୧୦ ଜଣ ଶିଶୁ ଆହତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କଲବୁର୍ଗୀର ଅମନ ନଗରରେ ବୁଲା କୁକୁରମାନେ ଶିଶୁମାନଙ୍କୁ ଟାର୍ଗେଟ କରିଛନ୍ତି। ଗୁରୁତର ଆହତ ଶିଶୁମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତ ଶିଶୁଙ୍କ ସଂପର୍କୀୟଙ୍କ କହିବା ଅନୁସାରେ ଏହି ଅଞ୍ଚଳରେ ବୁଲା କୁକୁର ସଂଖ୍ୟା ବହୁତ। ଆଜିକାଲି ଶିଶୁମାନଙ୍କୁ ବୁଲା କୁକୁରମାନେ ଆକ୍ରମଣ କରୁଛନ୍ତି। ସେମାନେ କହିଛନ୍ତି, କୁକୁରଙ୍କ ଯୋଗୁଁ ଆତଙ୍କ ଖେଳି ଯାଇଛି।
ସ୍ଥାନୀୟ ପ୍ରଶାସନକୁ ଏସଂପର୍କରେ ଅନେକ ଥର ଅବଗତ କରାଯାଇଥିଲେ ମଧ୍ୟ କିଛି ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ବୁଲା କୁକୁରଙ୍କ ଯୋଗୁଁ ଘରଠୁ ବାହାରକୁ ଯିବା ଅଡୁଆ ହୋଇ ଯାଇଛି। ଯଦି କୌଣସି ବଡ଼ ଧରଣର ଦୁର୍ଘଟଣା ଘଟେ, ତା’ହେଲେ ଏଥି ପାଇଁ ପ୍ରଶାସନ ଦାୟୀ ରହିବେ। ଆହତ ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/karnataka.jpg)