ନୂଆଦିଲ୍ଲୀ, : ବିଚାରପତିଙ୍କ ନିଯୁକ୍ତି ଏବଂ ବଦଳି ପ୍ରକ୍ରିୟା ସଂକ୍ରାନ୍ତ ତଥ୍ୟକୁ ସାର୍ବଜନୀନ କରିବାକୁ ସୁପ୍ରିମ୍ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କଲେଜିୟମର ଏ ସଂକ୍ରାନ୍ତ ନିଷ୍ପତ୍ତିକୁ ସାର୍ବଜନୀନ କରାଯାଇ ସମସ୍ତ ପ୍ରକ୍ରିୟା େଓ୍ଵବ୍୍ସାଇଟରେ ଲୋଡ କରାଯିବ। ୫ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ସୁପ୍ରିମ୍ କୋର୍ଟ କଲେଜିୟମର ଏହି ନିଷ୍ପତ୍ତି ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଆଜି ତାମିଲନାଡ଼ୁ ହାଇକୋର୍ଟରେ ନିଯୁକ୍ତି ସଂକ୍ରାନ୍ତ ପ୍ରକ୍ରିୟାକୁ ସାର୍ବଜନୀନ କରାଯାଇଛି। ଦେଶର ସମସ୍ତ ହାଇକୋର୍ଟ ଏବଂ ସୁପ୍ରିମ୍୍ କୋର୍ଟରେ ବିଚାରପତି ନିଯୁକ୍ତି ସଂକ୍ରାନ୍ତ ନିଷ୍ପତ୍ତି କଲେଜିୟମ ନେଇଥାଏ। ଆଜି ସୁଦ୍ଧା ବିଚାରପତିଙ୍କ ନିଯୁକ୍ତି ଓ ବଦଳି ପ୍ରକ୍ରିୟା ସଂକ୍ରାନ୍ତ ତଥ୍ୟକୁ ଗୋପନ ରଖାଯାଉଥିଲା। ତେବେ ଆଜିଠାରୁ ଏହି ପରମ୍ପରାର ପରିସମାପ୍ତି ଘଟିଛି। ବିଚାରପତିଙ୍କୁ କେଉଁ ଆଧାରରେ ନିଯୁକ୍ତି ଓ ବଦଳି କରାଯାଇଛି ସେ ସଂକ୍ରାନ୍ତ ତଥ୍ୟ କଲେଜିୟମ ପୂର୍ବରୁ ପ୍ରଘଟ କରୁନଥିଲେ। ଯଦି କୌଣସି ବିଚାରପତିଙ୍କ ନିଯୁକ୍ତି ଆବେଦନକୁ ରଦ୍ଦ କରାଯାଉଥିଲା ତାହାର କାରଣ କୁହାଯାଉନଥିଲା। ବିଚାରପତିମାନଙ୍କ ବଦଳି କ୍ଷେତ୍ରରେ ମଧ୍ୟ କାରଣ ଦର୍ଶାଯାଉନଥିବାରୁ ଏହାକୁ ନେଇ ନିକଟରେ ବିବାଦ ଉପୁଜିଥିଲା। ସୁପ୍ରିମ୍ କୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଏ ସଂକ୍ରାନ୍ତ ଐତିହାସିକ ନିଷ୍ପତ୍ତି ନେଇ ବିଚାରପତି ନିଯୁକ୍ତି ଓ ବଦଳି ପ୍ରକ୍ରିୟାକୁ ସର୍ବାଧିକ ସ୍ୱଚ୍ଛ ରଖିବାକୁ ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ନ୍ୟାୟ ପାଳିକାର ପାରିଦର୍ଶିତା ବଢ଼ିବ ବୋଲି କୁହାଯାଇଛି । ଗତମାସରେ ସୁପ୍ରିମ କୋର୍ଟ କଲେଜିୟମ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜୟନ୍ତ ପଟେଲଙ୍କ ବଦଳି ଆହ୍ଲାବାଦ ହାଇକୋର୍ଟକୁ କରିଥିଲେ। ଜଷ୍ଟିସ୍ ପଟେଲ କର୍ଣ୍ଣାଟକ ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନିଯୁକ୍ତି ହେବାର ଥିଲା। କିନ୍ତୁ ତାଙ୍କୁ ଏହି ପଦବିକୁ ଯିବାରୁ ଅଟକାଇବା ନିମନ୍ତେ ତାଙ୍କ ବଦଳି ଆହ୍ଲାବାଦ ହାଇକୋର୍ଟକୁ କରାଯାଇଥିବା ଅଭିଯୋଗ ହୋଇଥିଲେ। ପଟେଲ ସେଠାରେ ବରିଷ୍ଠତାରେ ଦ୍ୱିତୀୟ ସ୍ଥାନରେ ଆସୁଥିଲେ। ଜଷ୍ଟିସ ପଟେଲ କଲେଜିୟମର ଏହି ନିଷ୍ପତ୍ତିକୁ ଏହାର ବିରୋଧ କରି ତାଙ୍କ ଇସ୍ତଫା ଦେଇଥିଲେ। ପଟେଲ କହିଥିଲେ ଯେ ସେ ଗୁଜରାଟ ହାଇକୋର୍ଟରେ ବିଚାରପତି ଥିବା ବେଳେ ଇଶରତ ଜହାଁ ଏନ୍କାଉଣ୍ଟର ମାମଲାର ସିବିଆଇ ତଦନ୍ତ ଆଦେଶ ଦେଇଥିବାରୁ ତାଙ୍କୁ ଏଭଳି ବଦଳିର ସମ୍ମୁଖୀନ ହେବାକୁ ପଡ଼ିଛି । ଏହି ବଦଳି ଆଦେଶକୁ ନେଇ କଡ଼ା ସମାଲୋଚନା ଦେଖିବାକୁ ମିଳିଥିଲା।
ସୁପ୍ରିମ୍ କୋର୍ଟ: କଲେଜିୟମ ନିଷ୍ପତ୍ତି ସାର୍ବଜନୀନ ହେବ
ବିଚାରପତି ନିଯୁକ୍ତି, ବଦଳି ସଂକ୍ରାନ୍ତ ତଥ୍ୟ େଓ୍ଵବ୍୍ସାଇଟ୍ରେ ରହିବ
/sambad/media/post_attachments/wp-content/uploads/2017/10/supreme-court_7f9c8246-c2c5-11e6-913d-826c0833a15d-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)