ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲାରୁ ଚୋରି ହେଲା ୧କୋଟିର କଳସ। ପୂଜାରୀ ବେଶରେ ଆସି ଚୋରି କରିନେଲା ଦୁର୍ବୃତ୍ତ। କୁହାଯାଉଛି ଯେ, କଳସକୁ ଉଭୟ ସୁନା ଓ ହୀରାରେ ତିଆରି କରାଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ଏଭଳି ବଡ଼ ଅପରାଧ ହେବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
/sambad/media/post_attachments/aajtak/styles/medium_crop_simple/public/images/story/202509/1_41-675251.jpg)
ସୂଚନା ମିଳିଛି ଯେ, ଦିଲ୍ଲୀର ଲାଲକିଲ୍ଲା ପରିସରରେ ଥିବା ଏକ ପାର୍କରେ ଏବେ ଜୈନମାନଙ୍କର ଏକ ପୂଜା ଚାଲିଛି। ତେଣୁ, ଜୈନ ଧର୍ମ ସହ ଜଡିତ ବହୁ ସଂଖ୍ୟକ ଲୋକ ପାର୍କରେ ପହଞ୍ଚୁଛନ୍ତି। ଏମଧ୍ୟରେ ପୂଜା ପାଇଁ ରଖାଯାଇଥିବା ୧କୋଟି ଟଙ୍କାର ଏକ କଳସ ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଯାଞ୍ଚ କରିଥିଲା, ଯେଉଁଥିରେ ଅଭିଯୁକ୍ତ କିଭଳି ସୁନା କଳସ ଚୋରି କରିଥିଲା, ତାହା ସାମ୍ନାକୁ ଆସିଛି। ପୂଜା ଚାଲିଥିବା ବେଳେ ସବୁ ଭକ୍ତ ସେଠାରେ ଥିଲେ। ଏହାର ଫାଇଦା ଉଠାଇ କଳସ ରଖାଯାଇଥିବା ସ୍ଥାନରୁ ଅଭିଯୁକ୍ତ କଳସ ଚୋରି କରିଥିବା ଜଣାଯାଇଛି।
ସିସିଟିଭିରେ ଦେଖାଯାଇଛି ଯେ, ଅଭିଯୁକ୍ତ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ କାନ୍ଧରେ ଏକ ଝୁଲା ଝୁଲାଇଛନ୍ତି, ଯେଉଁଥିରେ ସେ କଳସ ଭର୍ତ୍ତି କରି ନେଇଥିବା କୁହାଯାଉଛି। ଚୋରି ହୋଇଥିବା କଳସରେ ୭୬୦ଗ୍ରାମ ସୁନା ଏବଂ ୧୫୦ଗ୍ରାମ ହୀରା, ମୂଲ୍ୟବାନ୍ ରତ୍ନ ଓ ମଣିମାଣିକ୍ୟ ଖଚିତ ହୋଇଥିଲା। କଳସ ଚୋରି କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ତାକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/06/new-project-9-2025-09-06-16-18-27.jpg)