ନୂଆଦିଲ୍ଲୀ: ଟିଏମ୍ସି ସାଂସଦ ମହୁଆ ମଇତ୍ର ‘ଦେବୀ କାଳୀ’ଙ୍କୁ ନେଇ ଦେଇଥିବା ଟିପ୍ପଣୀ ପାଇଁ ବିବାଦରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ଆଜି ପଶ୍ଚିମବଂଗ ଏବଂ ମଧ୍ୟପ୍ରଦେଶରେ ଆଉ ୨ଟି ଏଫ୍ଆଇଆର୍ ରୁଜୁ ହୋଇଛି। ଉଭୟ ମାମଲା ବିଜେପି ନେତାଙ୍କ ଦ୍ବାରା ରୁଜୁ ହୋଇଛି। ମଇତ୍ରଙ୍କ ଟିପ୍ପଣୀରୁ ଟିଏମ୍ସି ଦୂରେଇ ରହିଛି। ଇତି ମଧ୍ୟରେ ମହୁଆ ମଇତ୍ର ଟିଏମ୍ସିର ଟ୍ବିଟର୍ ଆକାଉଣ୍ଟ୍କୁ ଅନ୍ଫଲୋ କରିଛନ୍ତି। ଅର୍ଥାତ୍ ମଇତ୍ର ଆଉ ଟିଏମ୍ସିର ଟ୍ବିଟର୍ ଆକାଉଣ୍ଟ୍ ଅନୁଗାମୀ ନାହାନ୍ତି। ଏବେ ସେ କେବଳ ମମତା ବାନାର୍ଜୀଙ୍କୁ ଫଲୋ କରୁଛନ୍ତି। ଇତି ମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର ମହୁଆ ମଇତ୍ରଙ୍କୁ ସମର୍ଥନ କରିଛନ୍ତି। ଏକ ଟ୍ବିଟ୍ କରି ଥରୁର କହିଛନ୍ତି, ଯାହା ପ୍ରତି ହିନ୍ଦୁ ଜାଣନ୍ତି ତାହା ମହୁଆ ମଇତ୍ର କହିଛନ୍ତି। ଏଥିପାଇଁ ତାଙ୍କୁ ଏଭଳି ଭାବେ ଘେରିବା ଘଟଣାରେ ମୁଁ ଆଚମ୍ବିତ । ତେବେ ଶଶି ଥରୁର ମହୁଆ ମଇତ୍ରଙ୍କୁ ସମର୍ଥନ କରି ଯେଉଁ ଟିପ୍ପଣୀ ଦେଇଛନ୍ତି କଂଗ୍ରେସ ସେଥିରୁ ଦୂରେଇ ରହିଛି। କଂଗ୍ରେସ ମୁଖପାତ୍ର ରାଗିଣୀ ନାୟକ କହିଛନ୍ତି, ଥରୁର ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ ଏବଂ ଏହା ସହିତ ଦଳର କୌଣସି ସଂପର୍କ ନାହିଁ।
‘କାଳୀ’ ବିବାଦ: ମହୁଆ ମଇତ୍ରଙ୍କ ବିରୋଧରେ ଆଉ ୨ ମାମଲା ରୁଜୁ
ଟିଏମ୍ସି ଟ୍ବିଟର୍ ଆକାଉଣ୍ଟକୁ ଅନ୍ଫଲୋ କଲେ ମହୁଆ ମଇତ୍ର, ମଇତ୍ରଙ୍କୁ ସମର୍ଥନ କଲେ ଥରୁର୍
/sambad/media/post_attachments/wp-content/uploads/2022/07/fshsfhsffhhfshfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)