‘କଳିଙ୍ଗ ଲିଟ୍‌ରେଚର୍‌ ଫେଷ୍ଟିଭାଲ୍‌ ବୁକ୍‌ ଆୱାର୍ଡସ୍‌ ୨୦୨୦-୨୧’ ଘୋଷିତ: ଚୟନ ହୋଇଥିବା ପୁସ୍ତକଗୁଡ଼ିକର ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ‘କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍‌’ (କେଏଲ୍‌ଏଫ୍‌) ୨୦୨୦-୨୧ ବର୍ଷର ‘କେଏଲ୍‌ଏଫ୍‌ ବୁକ୍‌ ଆୱାର୍ଡ’ ଘୋଷଣା କରିଛି। ଏଥିରେ ଗଦ୍ୟ, ଉପନ୍ୟାସ, କବିତା, ହିନ୍ଦୀ ପୁସ୍ତକ, ଅନୁବାଦିତ ପୁସ୍ତକ, ଭାଷା ପ୍ରଥମ ପୁସ୍ତକ, ବ୍ୟବସାୟ ପୁସ୍ତକ, ସାମରିକ ବା ରାଜନୈତିକ ନୀତି ପୁସ୍ତକ, ପରିବେଶ ପୁସ୍ତକ, ଜୀବନ/ଆତ୍ମଜୀବନୀ ପୁସ୍ତକ, ଶିଶୁ ପୁସ୍ତକ, କ୍ରୀଡ଼ା, ଜୀବନଚର୍ଯ୍ୟା ଓ ‘ଏମର୍ଜିଙ୍ଗ୍‌ ଟ୍ରେଣ୍ଡ୍‌’ ପୁସ୍ତକ ସହ ଅନ୍ୟାନ୍ୟ ପୁସ୍ତକଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି।

ପ୍ରକାଶକମାନେ ଦାଖଲ କରିଥିବା ସବୁ ବର୍ଗରୁ ପୁସ୍ତକଗୁଡ଼ିକୁ ଚୟନ କରାଯାଇଛି। ପ୍ରେସ୍‌ ବିବୃତି ଅନୁସାରେ, ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଡିସେମ୍ବର ୧୦-୧୨ ମଧ୍ୟରେ ଆୟୋଜନ ହେବାକୁ ସ୍ଥିର ହୋଇଥିବା ବାର୍ଷିକ ‘କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍‌’ରେ ବିଜେତାମାନଙ୍କୁ ସମ୍ବର୍ଦ୍ଧନା ସହ ପୁରସ୍କାର ପ୍ରଦାନ କରାଯିବ।

ପୁରସ୍କାର ପାଇଁ ମନୋନୀତ ପୁସ୍ତକଗୁଡ଼ିକ କେତେକ ଗୁରୁତ୍ବପୂର୍ଣ୍ଣ ପୁସ୍ତକ ହେଉଛି, ଅମିତାଭ ଘୋଷଙ୍କ ‘ଜଙ୍ଗଲ୍‌ନାମା’, ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ‘ଦି ଇଣ୍ଡିଆ ୱେ: ଷ୍ଟ୍ରଟେଜିସ୍ ଫର୍‌ ଆନ୍‌ ଅନ୍‌ସର୍ଟନ୍‌ ୱାର୍ଲଡ୍‌’, ଗୋପାଳକୃଷ୍ଣ ଗାନ୍ଧିଙ୍କ ‘ରେଷ୍ଟ୍‌ଲେସ୍‌ ଆଜ୍‌ ମର୍କ୍ୟୁରି: ମାଇଁ ଲାଇଫ୍‌ ଆଜ୍ ଏ ୟଙ୍ଗ୍‌ ମ୍ୟାନ୍‌ ମୋହନଦାସ କରମଚାନ୍ଦ ଗାନ୍ଧୀ’ ଗୁଲ୍‌ଜାର୍‌ଙ୍କ ‘ଏ ପୋଏମ୍‌ ଏ ଡେ’, ସନ୍ଦୀପ ବାମଜାଇଙ୍କ ‘ପ୍ରିନସେସ୍ତାନ: ହାଓ ନେହେରୁ, ପଟେଲ୍‌ ଆଣ୍ଡ୍‌ ମାଉଣ୍ଟବେଟେନ୍‌ ମେଡ୍‌ ଇଣ୍ଡିଆ’, ଶଶୀ ଥରୁର ଏବଂ ସମୀର ଶରଣଙ୍କ ‘ଦି ନିଉ ୱାର୍ଲଡ୍‌ ଡିଜ୍ଅର୍ଡର୍‌’, ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଏବଂ ମୀନା ଆୟେର୍‌ଙ୍କ ‘ଆଇ ଆମ୍‌ ନୋ ମେସିହା’

ଏକ ନିରପେକ୍ଷ ପୁରସ୍କାର ବିଚାରକ କମିଟିର ସୁପାରିସକ୍ରମେ ‘କେଏଲ୍‌ଏଫ୍‌ ବୁକ୍‌ ଆୱାର୍ଡ’ ପ୍ରଦାନ କରାଯିବ। ଏ ସଂକ୍ରାନ୍ତରେ ବିବୃତି ଦେଇ ‘କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍‌’ର ସଂସ୍ଥାପକ ତଥା ନିର୍ଦେଶକ ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି, ‘କେଏଲ୍‌ଏଫ୍‌ ବୁକ୍‌ ଆୱାର୍ଡସ୍‌’ର ବିଚାରକମାନେ ୨୦୨୦-୨୧ରେ ପ୍ରକାଶିତ ବିଭିନ୍ନ ବର୍ଗର ସର୍ବୋତ୍ତମ ଚିନ୍ତନ ଉଦ୍ରେକକାରୀ ରଚନା ଚୟନ କରିଛନ୍ତି। ଜାତୀୟ ଏବଂ ବୈଶ୍ବିକ ସାଧାରଣ କ୍ଷେତ୍ରରେ ତର୍କବିତର୍କ ପ୍ରତି ଅବଦାନ ଦେବା ସହ ଅଧିକ ଚିନ୍ତନଭରା, ପ୍ରତିଫଳନାତ୍ମକ, ଅଭିନବ ଏବଂ ପ୍ରେରଣାଦାୟୀ ରଚନାଗୁଡ଼ିକୁ ଉତ୍ସାହ ଦେବା ହେଉଛି ଏହାର ଲକ୍ଷ୍ୟ। ‘କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍‌’ରେ ଉକ୍ତ ପୁସ୍ତକଗୁଡ଼ିକ ନିମନ୍ତେ ରଖାଯାଇଥିବା ସ୍ବତନ୍ତ୍ର ଅଧିବେଶନରେ ରଚୟିତାମାନଙ୍କ ସମେତ ବିଜ୍ଞ ସମୀକ୍ଷକମାନେ ବୁଦ୍ଧିଜୀବୀମାନଙ୍କ ସହ ଆଳାପ କରିବେ।

୨୦୨୧ରେ ‘କେଏଲ୍‌ଏଫ୍‌’ ସଂସ୍ଥାପନ କରିଥିବା ‘କେଏଲ୍‌ଏଫ୍‌ ବୁକ୍‌ ଆୱାର୍ଡ’ ନୂତନ ତଥା ପ୍ରବୀଣ ଲେଖମାନଙ୍କୁ ଚିହ୍ନଟ କରିବା, ସ୍ବୀକୃତି ଦେବା, ପ୍ରଶଂସା କରିବା, ଉତ୍ସାହ ଦେବା ଏବଂ ସମ୍ମାନ ଦେବା ନିମନ୍ତେ ସୁଯୋଗ ଆଣିଛି। ଭବିଷ୍ୟତର ମହାନ୍‌ ସାହିତ୍ୟିକମାନଙ୍କୁ ଗଢ଼ି ତୋଳିବା ଏହାର ଲକ୍ଷ୍ୟ ବୋଲି ଆୟୋଜକମାନେ କହିଛନ୍ତି।

୨୦୨୦-୨୧ ବର୍ଷ ‘କେଏଲ୍‌ଏଫ୍‌ ବୁକ୍‌ ଆୱାର୍ଡ’ ପାଇଁ ମନୋନୀତ ବର୍ଗ ଓ ପୁସ୍ତକ ସବୁ ନିମ୍ନରେ ଉଲ୍ଲେଖ କରାଯାଇଛି।

‘କେଏଲ୍‌ଏଫ୍‌ ଫିକ୍‌ସନ୍‌ ବୁକ୍‌ ଅଫ୍ ଦି ଇୟର୍‌ ଆୱାର୍ଡ ୨୦୨୦-୨୧ (୫):

ଜାହ୍ନବୀ ବରୁଆଙ୍କ ‘ଅଣ୍ଡର୍‌ଟୋ’, ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆ (୨୦୨୦)

ନମିତା ଗୋଖ୍‌ଲେ ଏବଂ ମାଳାଶ୍ରୀ ଲାଲ୍‌ଙ୍କ ‘ବିଟ୍ରେଡ୍‌ ବାଏ ହୋପ୍‌: ଏ ପ୍ଲେ ଅନ୍‌ ଦି ଲାଇଫ୍‌ ଅଫ୍‌ ମାଇକେଲ୍‌ ମଧୁସୂଦନ ଦତ୍ତ’ ହାର୍ପର୍‌କ‌ୋଲିନ୍‌ସ୍‌ ଇଣ୍ଡିଆ (୨୦୨୦)

ତରାନା ହୁସେନ୍‌ ଖାଁଙ୍କ ‘ଦି ବେଗମ୍‌ ଆଣ୍ଡ୍‌ ଦସ୍ତାନ୍‌’, ଟ୍ରାନ୍‌କ୍ବେବାର, ୱେଷ୍ଟଲାଣ୍ଡ୍‌ (୨୦୨୧)

ଅଶ୍ବିନୀ ସାଙ୍ଘିଙ୍କ ‘ଦି ଭଲଟ୍‌ ଅଫ୍ ବିଷ୍ଣୁ’, ୱେଷ୍ଟ୍‌ଲାଣ୍ଡ୍‌ (୨୦୨୦)

ଅଶୋକ କାଲୁଙ୍କ ‘ଅଣ୍ଡର୍‌କଭର୍‌ ଇନ୍‌ ବନ୍ଦୀପୁର’ ବିତସ୍ତା ପବ୍ଲିସିଙ୍ଗ୍ ପ୍ରାଇଭେଟ୍‌ ଲିମିଟେଡ୍‌ (୨୦୨୦)

‘କେଏଲ୍‌ଏଫ୍‌ ନନ୍-ଫିକ୍‌ସନ୍‌ ବୁକ୍‌ ଅଫ୍ ଦି ଇୟର୍‌ ଆୱାର୍ଡ ୨୦୨୦-୨୧ (୭):

ସନ୍ଦୀପ ବାମଜାଇଙ୍କ ‘ପ୍ରିନସେସ୍ତାନ: ହାଓ ନେହେରୁ, ପଟେଲ୍‌ ଆଣ୍ଡ୍‌ ମାଉଣ୍ଟବେଟେନ୍‌ ମେଡ୍‌ ଇଣ୍ଡିଆ’ ରୁପା ପବ୍ଲିକେସନ୍‌ (୨୦୨୦)

ଶଶୀ ଥରୁର ଏବଂ ସମୀର ଶରଣଙ୍କ ‘ଦି ନିଉ ୱାର୍ଲଡ୍‌ ଡିଜ୍ଅର୍ଡର୍‌’, ଆଲେଫ୍‌ ବୁକ୍ କମ୍ପାନି (୨୦୨୦)

ବିନୟ ସୀତାପତିଙ୍କ ‘ଯୁଗଳବନ୍ଦୀ: ଦି ବିଜେପି ବିଫୋର୍‌ ମୋଦୀ’, ପେଙ୍ଗୁଇନ୍‌ ଭାଇକିଙ୍ଗ୍‌-ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆ (୨୦୨୦)

ପବନ କେ ବର୍ମାଙ୍କ ‘ଦି ଗ୍ରେଟ୍‌ ହିନ୍ଦୁ ସିଭିଲାଇଜେସନ୍‌: ଆଚିଭ୍‌ମେଣ୍ଟ୍‌, ନେଗ୍‌ଲେକ୍ଟ୍‌, ବାଏସ୍‌ ଆଣ୍ଡ୍‌ ଦି ୱେ ଫର୍‌ୱାର୍ଡ’, ୱେଷ୍ଟ୍‌ଲାଣ୍ଡ୍‌ (୨୦୨୧)

ଟି ଏମ୍‌ କୃଷ୍ଣଙ୍କ ‘ଏ ବ୍ରିଫ୍‌ ହିଷ୍ଟ୍ରି ଅଫ୍‌ ମୃଦଙ୍ଗମ୍‌ ମେକର୍ସ’, କନ୍‌ଟେକ୍ସଷ୍ଟ୍‌, ୱେଷ୍ଟ୍‌ଲାଣ୍ଡ୍‌ (୨୦୨୦)

ଆଶୁତୋଷ ଭରଦ୍ବାଜଙ୍କ ‘ଦି ଡେଥ୍‌ ସ୍କ୍ରିପ୍ଟ୍‌’, ହାର୍ପରକଲିନ୍ସ୍‌ ଇଣ୍ଡିଆ (୨୦୨୦)

ପ୍ରେମ ପ୍ରକାଶଙ୍କ ‘ରିପୋର୍ଟିଙ୍ଗ୍‌ ଇଣ୍ଡିଆ’ ଇବୁରି ପ୍ରେସ୍‌, ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆ (୨୦୨୦)

‘କେଏଲ୍‌ଏଫ୍‌ ପୋଏଟ୍ରି ବୁକ୍‌ ଅଫ୍ ଦି ଇୟର୍‌ ଆୱାର୍ଡ ୨୦୨୦-୨୧ (୫):

ଗୁଲ୍‌ଜାର୍‌ଙ୍କ ‘ଏ ପୋଏମ୍‌ ଏ ଡେ’, ହାର୍ପର୍‌କୋଲିନ୍ସ ଇଣ୍ଡିଆ (୨୦୨୦)

ଅଭୟ କେ’‌ଙ୍କ ‘କାଳିଦାସ: ମେଘଦୂତ-ଦି କ୍ଲାଉଡ୍‌ ମେସେଞ୍ଜର୍‌’ ଏବଂ ‘କାଳିଦାସ: ଋତୁସଂହାର- ଦି ସିକ୍ସ୍‌ ସିଜନ୍‌ସ୍‌ (ଯୁଗ୍ମଭାବେ), ବ୍ଲୁମ୍ସ୍‌ବରି (୨୦୨୧)

ଗ୍ରେଟା ରାଣାଙ୍କ ‘ଫ୍ରମ୍‌ କାସେଲ୍‌ଫୋର୍ଡ ଟୁ କାଠମଣ୍ଡୁ’ ବଜ୍ର ବୁକ୍ସ୍‌ (୨୦୨୧)

ବସନ୍ତ ଚୌଧୁରୀଙ୍କ ‘ଅନେକ ପଲ୍‌ ଔର୍‌ ମାଇ’ ବାଣୀ ପ୍ରକାଶନ (୨୦୨୧)

‘କେଏଲ୍‌ଏଫ୍‌ ହିନ୍ଦୀ ବୁକ୍‌ ଅଫ୍ ଦି ଇୟର୍‌ ଆୱାର୍ଡ ୨୦୨୦-୨୧ (୫):

ନୀଳାକ୍ଷୀ ସିଂହଙ୍କ ‘ଖେଲା’, ସେତୁ ପ୍ରକାଶନ (୨୦୨୧)

ଅଳକା ସରାଓଗିଙ୍କ ‘କୁଲ୍‌ଭୂଷନ୍‌ କା ନାମ୍‌ ଦର୍ଜ କରିୟେ’ ବାଣୀ ପ୍ରକାଶନ (୨୦୨୦)

ମମତା କାଳିଆଙ୍କ ‘ରବି କଥା: ଅନ୍ଦାଜ୍‌-ଏ-ବୟାନ୍‌ ଉର୍ଫ ରବି କଥା’, ବାଣୀ ପ୍ରକାଶନ (୨୦୨୦)

ପ୍ରବୀଣ କୁମାର ଝା’ଙ୍କ ‘ୱାହ୍‌ ଉସ୍ତାଦ୍‌’, ରାଜ୍‌ପାଲ୍‌ ଆଣ୍ଡ୍‌ ସନ୍ସ୍‌ (୨୦୨୦)

ଶିରିଶ ଖାରେଙ୍କ ‘ଏକ୍‌ ଦେଶ୍‌ ବରାହ୍‌ ଦୁନିୟା’ ରାଜ୍‌ପାଲ୍‌ ଆଣ୍ଡ୍‌ ସନ୍ସ୍‌ (୨୦୨୧)

‘କେଏଲ୍‌ଏଫ୍‌ ବୁକ୍‌ ଇନ୍‌ ଟ୍ରାନ୍‌ସ୍‌ଲେସନ୍‌ ଅଫ୍ ଦି ଇୟର୍‌ ଆୱାର୍ଡ ୨୦୨୦-୨୧ (୧):

ପେରୁମାଲା ମୁରୁଗାଙ୍କ ‘ଏଷ୍ଟୁଆରି’- ଅନୁବାଦ: ନନ୍ଦିନୀ କୃଷ୍ଣନ୍‌, ଏକ, ୱେଷ୍ଟ୍‌ଲାଣ୍ଡ୍‌ (୨୦୨୦)

‘କେଏଲ୍‌ଏଫ୍‌ ଭାଷା ଆୱାର୍ଡ ୨୦୨୦-୨୧ (୧):

ମନୋରଞ୍ଜନ ବ୍ୟାପାରିଙ୍କ ‘ଦି ରନ୍‌ଆୱେ ବୟ’, ଏକ, ୱେଷ୍ଟ୍‌ଲାଣ୍ଡ୍‌ (୨୦୨୦)

‘କେଏଲ୍‌ଏଫ୍‌ ଡେବ୍ୟୁ ବୁକ୍‌ ଆୱାର୍ଡ ୨୦୨୦-୨୧ (୧):

ସୋନୁ ସୁଦ୍‌ ଏବଂ ମୀନା ଆୟେର୍‌ଙ୍କ ‘ଆଇ ଆମ୍‌ ନୋ ମେସିହା’, ପେଙ୍ଗୁଇନ୍‌ ଇବୁରି ପ୍ରେସ୍‌ (୨୦୨୦)

‘କେଏଲ୍‌ଏଫ୍‌ ବିଜ୍‌ନେସ୍‌ ବୁକ୍‌ ଅଫ୍ ଦି ଇୟର୍‌ ଆୱାର୍ଡ ୨୦୨୦-୨୧ (୩):

ଆର୍‌ ସି ଭାର୍ଗବଙ୍କ ‘ଗେଟିଙ୍ଗ୍‌ କମ୍ପେଟିଟିଭ୍‌: ଏ ପ୍ରାକ୍ଟିସନର୍‌ସ୍‌ ଗାଇଡ୍‌ ଫର୍‌ ଇଣ୍ଡିଆ’, ହାର୍ପର୍‌କଲିନ୍‌ସ୍‌ ଇଣ୍ଡିଆ (୨୦୨୦)

ଉର୍ଜିତ୍‌ ପଟେଲ୍‌ଙ୍କ ‘ଓଭର୍‌ଡ୍ରଫ୍‌ଟ୍‌’, ହାର୍ପର୍‌କଲିନ୍‌ସ୍‌ ଇଣ୍ଡିଆ (୨୦୨୦)

ତମାଲ୍‌ ବନ୍ଦୋପାଧ୍ୟାୟଙ୍କ ‘ପାଣ୍ଡେମୋନିୟମ୍‌: ଦି ଗ୍ରେଟ୍‌ ଇଣ୍ଡିଆନ୍‌ ବ୍ୟାଙ୍କିଙ୍ଗ୍‌ ଟ୍ରଜେଡି’, ରୋଲି ବୁକ୍ସ୍‌ (୨୦୨୦)

‘କେଏଲ୍‌ଏଫ୍‌ ଡିପ୍ଲୋମାସି/ଷ୍ଟ୍ରଟେଜିକ୍‌ ଆଫେୟାର୍ସ ବୁକ୍‌ ଅଫ୍ ଦି ଇୟର୍‌ ଆୱାର୍ଡ ୨୦୨୦-୨୧ (୩):

ଏସ୍‌ ଜୟଶଙ୍କରଙ୍କ ‘ଦି ଇଣ୍ଡିଆ ୱେ: ଷ୍ଟ୍ରଟେଜିସ୍ ଫର୍‌ ଆନ୍‌ ଅନ୍‌ସର୍ଟନ୍‌ ୱାର୍ଲଡ୍‌’, ହାର୍ପର୍‌କଲିନ୍‌ସ୍‌ ଇଣ୍ଡିଆ (୨୦୨୦)

ଜୋର୍‌ୱାର୍‌ ଦୌଲେତ୍‌ ସିଂହଙ୍କ ‘ପାୱାର୍‌ ସିଫ୍ଟ୍‌: ଇଣ୍ଡିଆ-ଚାଇନା ରିଲେସନ୍‌ସ୍‌ ଇନ୍‌ ଏ ମଲ୍‌ଟିପୋଲାର୍‌ ୱର୍ଲଡ୍‌, ପାନ୍‌ ମ୍ୟାକ୍‌ମିଲନ୍‌ (୨୦୨୦)

ସୁବ୍ରମଣିଆନ୍‌ ସ୍ବାମୀଙ୍କ ‘ହିମାଲୟାନ୍‌ ଚାଲେଞ୍ଜ୍‌: ଇଣ୍ଡିଆ, ଚାଇନା ଏବଂ ଦି କ୍ବେଷ୍ଟ୍‌ ଫର୍‌ ପିସ୍’, ରୁପା ପବ୍ଲିକେସନ୍‌ସ୍‌ (୨୦୨୦)

‘କେଏଲ୍‌ଏଫ୍‌ ଏନ୍‌ଭାଇରୋନ୍‌ମେଣ୍ଟାଲ୍‌ ବୁକ୍‌ ଅଫ୍ ଦି ଇୟର୍‌ ଆୱାର୍ଡ ୨୦୨୦-୨୧ (୨):

ଶେଖର ପାଠକଙ୍କ ‘ହରି ଭରି ଉମିଦ୍‌’, ବାଣୀ ପ୍ରକାଶନ (୨୦୨୦)/ ‘ଦି ଚିପ୍‌କୋ ମୋଭ୍‌ମେଣ୍ଟ୍‌: ଏ ପିପୁଲ୍‌ସ୍‌ ହିଷ୍ଟ୍ରି, ପର୍ମାନେଣ୍ଟ୍‌ ବ୍ଲାକ୍‌ (୨୦୨୦)

ଅମିତାଭ ଘୋଷଙ୍କ ‘ଜଙ୍ଗଲ୍‌ନାମା’, ଫୋର୍ଥ ଇଷ୍ଟେଟ୍‌ ଇଣ୍ଡିଆ-ହାର୍ପର୍‌କୋଲିନ୍‌ସ୍‌ ଇଣ୍ଡିଆ (୨୦୨୧)

‘କେଏଲ୍‌ଏଫ୍‌ ୱିମିନ୍‌/ଦଲିତ୍‌/ଟ୍ରାଇବାଲ୍‌/ମାଇନରିଟିଜ୍‌ ଲିଟ୍‌ରେଚର୍‌ ଆୱାର୍ଡ ୨୦୨୦-୨୧ (୫):

ଗୋପୀନାଥ ମହାନ୍ତିଙ୍କ ‘ହରିଜନ: ଏ ନଭେଲ୍‌’, ଅନୁବାଦ: ବିକ୍ରମ ଦାସ, ଆଲେଫ୍‌ ବୁକ୍‌ କମ୍ପାନି (୨୦୨୧)

ସୁଦର୍ଶନ ରାମବର୍ଦ୍ଧନ ଏବଂ ଗୁରୁପ୍ରକାଶ ପାସୱାନ୍‌ଙ୍‌କ ‘ମେକର୍ସ ଅଫ୍‌ ମଡର୍ଣ୍ଣ ଦଲିତ୍‌ ହିଷ୍ଟ୍ରି’, ପେଙ୍ଗୁଇନ୍‌ ରାଣ୍ଡ୍‌ମ୍‌ ହାଉସ୍‌ ଇଣ୍ଡିଆ (୨୦୨୧)

ବାଣୀ ବସୁଙ୍କ ‘ଏ ପ୍ଲେଟ୍‌ ଅଫ୍ ହ୍ବାଇଟ୍‌ ମାର୍ବଲ୍‌’ (ଶ୍ବେତ ପଥରରେର୍‌ ଥାଲା), ଅନୁବାଦ: ନନ୍ଦିନୀ ଗୁହା, ନିୟୋଗି ବୁକ୍ସ୍‌ (୨୦୨୦)

ପ୍ରଦୀପ ଶ୍ରୀବାସ୍ତବଙ୍କ ‘ରାମବିଳାସ ପାସୱାନ୍‌: ସଙ୍କଳ୍ପ, ସାହସ ଔର୍‌ ସଂଘର୍ଷ’, ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆ (୨୦୨୦)

ସାଫେ କିଡ୍‌ୱାଇଙ୍କ ‘ସାର୍‌ ସୈୟେଦ୍ ଅହମଦ୍‌ ଖାଁ: ରିଜନ୍, ରିଲିଜିଅନ୍‌ ଆଣ୍ଡ୍‌ ନେସନ୍’, ରାଉଟ୍‌ଲେଜ୍‌ (୨୦୨୧)

‘କେଏଲ୍‌ଏଫ୍‌ ବାୟୋଗ୍ରାଫି/ଅଟୋବାୟୋଗ୍ରାଫି ବୁକ୍ ଅଫ୍ ଦି ଇୟର୍‌ ଆୱାର୍ଡ ୨୦୨୦-୨୧ (୫):

ତେନ୍‌ଜିନ୍‌ ଗେଚି ତେଥୋଙ୍ଗ୍‌ଙ୍କ ‘ହିଜ୍ ହୋଲିନେସ୍‌ ଦି ଫୋର୍ଟିନ୍‌ଥ୍ ଦଲାଇ ଲାମା: ଆନ୍‌ ଇଲଷ୍ଟ୍ରେଟେଡ୍‌ ବାୟୋଗ୍ରାଫି’, ରୋଲି ବୁକ୍ସ୍‌ (୨୦୨୦)

ଗୋପାଳକୃଷ୍ଣ ଗାନ୍ଧିଙ୍କ ‘ରେଷ୍ଟ୍‌ଲେସ୍‌ ଆଜ୍‌ ମର୍କ୍ୟୁରି: ମାଇଁ ଲାଇଫ୍‌ ଆଜ୍ ଏ ୟଙ୍ଗ୍‌ ମ୍ୟାନ୍‌ ମୋହନଦାସ କରମଚାନ୍ଦ ଗାନ୍ଧୀ’, ଆଲେଫ୍‌ ବୁକ୍‌ କମ୍ପାନି (୨୦୨୧)

ଯତୀନ୍ଦ୍ର ମିଶ୍ରଙ୍କ ‘ଅଖ୍‌ତାରୀ: ଦି ଲାଇଫ୍‌ ଆଣ୍ଡ୍‌ ମ୍ୟୁଜିକ୍‌ ଅଫ୍ ବେଗମ୍‌ ଅଖ୍‌ତାର୍‌’, ହାର୍ପର୍‌କଲିନ୍‌ସ୍‌ ଇଣ୍ଡିଆ (୨୦୨୧)

ରଶୀଦ୍‌ କିଡ୍‌ୱାଇଙ୍କ ‘ଭାରତ୍‌କେ ପ୍ରଧାନମନ୍ତ୍ରୀ’, ରାଜକମଲ ପ୍ରକାଶନ (୨୦୨୧)

ଜନ୍‌ ଜୁବର୍‌ଜାଇକିଙ୍କ ‘ଦି ହାଉସ୍‌ ଅଫ୍‌ ଜୟପୁର: ଦି ଇନ୍‌ସାଇଡ୍‌ ଷ୍ଟୋରି ଅଫ୍ ଇଣ୍ଡିଆଜ୍‌ ମୋଷ୍ଟ୍‌ ଗ୍ଲେମରୋସ୍ ରୟଲ୍‌ ଫ୍ୟାମିଲି’, ଜୁଗରନଟ୍‌ (୨୦୨୦)

‘କେଏଲ୍‌ଏଫ୍‌ ଚିଲ୍‌ଡ୍ରେନ୍‌ ବୁକ୍ ଅଫ୍ ଦି ଇୟର୍‌ ଆୱାର୍ଡ ୨୦୨୦-୨୧ (୨):

ରସ୍କିନ୍‌ ବଣ୍ଡ୍‌ଙ୍କ ‘ମିରାକ୍ଲ୍‌ ଆଟ୍‌ ହାପି ବଜାର୍‌: ମାଇଁ ବେଷ୍ଟ୍‌‌ ଷ୍ଟୋରିଜ୍‌ ଫର୍‌ ଚିଲ୍‌ଡ୍ରେନ୍‌’, ଆଲେଫ୍‌ ବୁକ୍ କମ୍ପାନି (୨୦୨୦)

ସୁଧା ମୂର୍ତ୍ତିଙ୍କ ‘ଗ୍ରାଣ୍ଡ୍‌ ପ୍ୟାରେଣ୍ଟ୍‌ସ୍‌ ବ୍ୟାଗ୍‌ ଅଫ୍‌ ଷ୍ଟୋରିଜ୍‌’, ପଫିନ୍‌, ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆ (୨୦୨୦)

‘କେଏଲ୍‌ଏଫ୍‌ ସ୍ପୋର୍ଟସ୍‌ ବୁକ୍ ଅଫ୍ ଦି ଇୟର୍‌ ଆୱାର୍ଡ ୨୦୨୦-୨୧ (୧):

ରାମଚନ୍ଦ୍ର ଗୁହାଙ୍କ ‘ଦି କମନ୍‌ୱେଲ୍‌ଥ୍ ଅଫ୍ କ୍ରିକେଟ୍‌’, ହାର୍ପର୍‌କଲିନ୍ସ୍‌ ଇଣ୍ଡିଆ (୨୦୨୦)

‘କେଏଲ୍‌ଏଫ୍‌ ଲାଇଫ୍‌ ଷ୍ଟାଇଲ୍‌ ଆଣ୍ଡ୍‌ ଏମର୍ଜିଙ୍ଗ୍‌ ଟ୍ରେଣ୍ଡ୍‌ ବୁକ୍ ଆୱାର୍ଡ ୨୦୨୦-୨୧ (୧):

ରୁଜୁତା ଦିୱେକରଙ୍କ ‘ଇଟିଙ୍ଗ୍‌ ଇନ୍‌ ଦି ଏଜ୍‌ ଅଫ୍ ଡାଏଟିଙ୍ଗ୍‌’, ୱେଷ୍ଟ୍‌ଲାଣ୍ଡ୍‌ (୨୦୨୦)

ସମ୍ବନ୍ଧିତ ଖବର