ନୂଆଦିଲ୍ଲୀ : କେନ୍ଦ୍ର ସରକାର ଯାଜପୁର ଜିଲ୍ଲାର କଳିଙ୍ଗନଗର ସ୍ଥିତ ଜାତୀୟ ନିବେଶ ଏବଂ ମ୍ୟାନୁଫାକ୍ଚରିଂ ଜୋନ୍ (ଏନ୍ଆଇଏମ୍ଜେଡ୍)କୁ ଚୁଡ଼ାନ୍ତ ମଞ୍ଜୁରି ପ୍ରଦାନ କରିଛନ୍ତି। ରାଜ୍ୟସଭାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସାଂସଦ ନରେନ୍ଦ୍ର କୁମାର ସ୍ବାଇଁଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟ ସରକାରଙ୍କଠାରୁ ପ୍ରସ୍ତାବ ମିଳିବାପରେ ସମ୍ବୋନ୍ଧିତ ମନ୍ତ୍ରାଳୟ ଓ ବିଭାଗ ପକ୍ଷରୁ ଜାତୀୟ ନିବେଶ ଏବଂ ମ୍ୟାନୁଫାକ୍ଚରିଂ ଜୋନ୍ର ବାହ୍ୟ ଅପ୍ଗ୍ରେେଡସନ ଭିତ୍ତିଭୂମି ସହ ଲିଙ୍କେଜ୍ ପ୍ରତିଷ୍ଠା ନେଇ ପଦକ୍ଷେପ ଗ୍ରହଣ ହେଉଛି। ସଡ଼କ ଯୋଗାଯୋଗ ଅନ୍ତର୍ଗତ ପାରାଦ୍ବୀପ-କଳିଙ୍ଗ ନଗର ୧୨୧ ସେକ୍ସନ୍ର ଉନ୍ନତୀକରଣ, ୧୩୨.୩୬ କି.ମି. ଦୈର୍ଘ୍ୟ ବ୍ୟାପୀ ଜାତୀୟ ରାଜପଥ ନଂ ୫୩/୨୦୦ ର ସମ୍ପ୍ରସାରଣ, ବ୍ରାହ୍ମଣୀ ନଦୀ ପୋଲର ସମ୍ପ୍ରସାରଣ, ଜାତୀୟ ରାଜପଥ ନଂ ୨୧୫ର ଯାଜପୁରରୋଡ ଠାରୁ ପାଣିକୋଇଲି ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରେଳ ଯୋଗାଯୋଗ ଅନ୍ତର୍ଗତ ୧୦୪.୨୪ କି.ମି.ର, ଅନୁଗୁଳ-ସୁକିନ୍ଦା ରେଳଲାଇନ ନିର୍ମାଣ କରାଯାଉଛି। ଅନୁଗୁଳ-ସୁକିନ୍ଦା ନୂଆ ଲାଇନ୍କୁ କେନ୍ଦ୍ର ରେଳ ମନ୍ତ୍ରାଳୟର ଅନୁଗୁଳ ସୁକିନ୍ଦା ରେଲୱେ ଲିମିଟେଡ୍ (ଏସ୍ପିଭି) ଜରିଆରେ କାର୍ଯକାରୀ କରାଯାଉଛି। ଜଳମାର୍ଗ ଯୋଗାଯୋଗ ଅନ୍ତର୍ଗତ କଳିଙ୍ଗନଗର, ପାରାଦ୍ବୀପ ବନ୍ଦର, ଧାମରା ବନ୍ଦର ଜଳମାର୍ଗର ସମ୍ପର୍କର ସୁଧାର ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କାର୍ଯ୍ୟ ଆରମ୍ଭ କରାଯାଇଛି ତଥା ଅନ୍ତର୍ଦେଶୀୟ ଜଳ ପରିବହନ ଟର୍ମିଲାନ ବିକାଶର ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଗୋୟଲ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।
କଳିଙ୍ଗନଗର ଜାତୀୟ ନିବେଶ ଏବଂ ମ୍ୟାନୁଫାକ୍ଚରିଂ ଜୋନ୍କୁ ଚୂଡ଼ାନ୍ତ ମଞ୍ଜୁରି
/sambad/media/post_attachments/wp-content/uploads/2019/06/indu-1.jpg)