ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ଦୁଇ ସାଂସଦ କଲ୍ୟାଣ ବାନାର୍ଜୀ ଓ ମହୁଆ ମଇତ୍ରଙ୍କ ମଧ୍ୟରେ ବିବାଦ ଚରମରେ ପହଞ୍ଚିଛି। ଏହି କାରଣରୁ କଲ୍ୟାଣ ଲୋକସଭାରେ ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି।
କଲ୍ୟାଣ କହିଛନ୍ତି ଯେ ତାଙ୍କ ସହଯୋଗୀ ମହୁଆ ମୋଇତ୍ରାଙ୍କ ସହ ମତଭେଦ ହେତୁ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଦଳର ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ କଲ୍ୟାଣ ବାନାର୍ଜୀ ଦଳରୁ ଇସ୍ତଫା ଦେବାର ଘୋଷଣା କରିଛନ୍ତି।
ଓଡ଼ିଶାର ପିନାକୀ ମିଶ୍ରଙ୍କ ସହ ବିବାହକୁ ନେଇ କିଛି ଦିନ ତଳେ କଲ୍ୟାଣ ମହୁଆଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ଏକ ପଡକାଷ୍ଟରେ ଏହାର ଜବାବ ଦେଇ ମହୁଆ ତାଙ୍କୁ ଘୁଷୁରୀ ଓ ମହିଳା ବିରୋଧୀ ବୋଲି କହିଥିଲେ ।
ଓଡ଼ିଶାର ପିନାକୀ ମିଶ୍ରଙ୍କ ସହ ବିବାହକୁ ନେଇ କିଛି ଦିନ ତଳେ କଲ୍ୟାଣ ମହୁଆଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ଏହାର ଜବାବ ଦେଇ ମହୁଆ ତାଙ୍କୁ ଘୁଷୁରୀ ଓ ମହିଳା ବିରୋଧୀ ବୋଲି କହିଥିଲେ ।
ତୃଣମୂଳ କଂଗ୍ରେସ ପାର୍ଟିର ସାଂସଦ କଲ୍ୟାଣ ବାନାର୍ଜୀ ଏକ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି - "ମୁଁ ଲୋକସଭାରେ ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛି, କାରଣ 'ଦିଦି' (ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ଏକ ଭର୍ଚୁଆଲ୍ ବୈଠକରେ କହିଥିଲେ ଯେ ଦଳୀୟ ସାଂସଦମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି। ତେଣୁ ଦୋଷ ମୋ ଉପରେ। ତେଣୁ, ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।"
କଲ୍ୟାଣ ବାନାର୍ଜୀ ପଶ୍ଚିମବଙ୍ଗ ରାଜନୀତି ଏବଂ ତୃଣମୂଳ କଂଗ୍ରେସର ଜଣେ ଜଣାଶୁଣା ଚେହେରା। ସେ ପଶ୍ଚିମବଙ୍ଗର ଶ୍ରୀରାମପୁର ଲୋକସଭା ଆସନରୁ ଚାରିଥର ସାଂସଦ ହୋଇଛନ୍ତି। ସମ୍ପ୍ରତି, ସାଂସଦ ମହୁଆ ମୋଇତ୍ରାଙ୍କ ସହିତ ତାଙ୍କର ନିରନ୍ତର ମତଭେଦ ଦେଖାଯାଇଥିଲା। ଏହା ବ୍ୟତୀତ, ପୂର୍ବତନ କ୍ରିକେଟର ଏବଂ ଦଳୀୟ ସାଂସଦ କୀର୍ତ୍ତି ଆଜାଦଙ୍କ ସହିତ ତାଙ୍କର ସାର୍ବଜନୀନ ବିବାଦ ମଧ୍ୟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/04/tmc-2025-08-04-20-33-19.jpg)