‘ଆରଆରଆର୍’ ଚଳଚ୍ଚିତ୍ରକୁ ଶୂନ ରେଟିଂ ଦେଲେ କମାଲ୍ ରଶିଦ୍ ଖାନ୍

ମୁମ୍ବାଇ: ଶୁକ୍ରବାର ଦିନ ଏସ୍.ଏସ୍. ରାଜାମୌଲିଙ୍କ ‘ଆରଆରଆର୍’ ଚଳଚ୍ଚିତ୍ର ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଅନେକଗୁଡିଏ ସିନେମାଘର ଗୁଡିକର ବାହାରେ ଲମ୍ବା ଲାଇନ୍ ଲାଗିଛି। ଅନେକ ସିନେମାଘର ଗୁଡିକରେ ଟିକେଟ୍ ମିଳୁ ନାହିଁ। ରାମ ଚରଣ, ଜୁନିୟର ଏନ୍.ଟି.ଆର୍, ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ଦେଖିବାକୁ ଲୋକ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି।

କୌଣସି ବି ଚଳଚ୍ଚିତ୍ର ସମାଲୋଚକ ଏହି ଚଳଚ୍ଚିତ୍ରକୁ ୩ ରେଟିଙ୍ଗ୍ ପଏଣ୍ଟରୁ କମ୍ ରେଟିଙ୍ଗ୍ ଦେଇ ନାହାନ୍ତି। କିନ୍ତୁ କମାଲ୍ ରଶିଦ୍ ଖାନ୍ ରଶିଦ୍ କଖାନ୍ ଓରଫ କେଆରକେ ଏହି ଚଳଚ୍ଚିତ୍ରକୁ ଶୂନ ରେଟିଂ ଦେଇଛନ୍ତି। ଉଲ୍ଲେଖନୀୟ କେଆରକେ ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାଆନ୍ତି।

କେଆରକେ ୪ଟି ଟ୍ଵିଟ୍ କରି ଲେଖିଛନ୍ତି, ‘ଆରଆରଆର୍’ ଆଗ ପଛ ନଥିବା ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ମସଲା ଥିବା ଚଳଚ୍ଚିତ୍ର। ରାଜାମୌଲି ସାର୍ ଆପଣ ମୋର ସମସ୍ତ ଇନ୍ଦ୍ରିୟଗୁଡିକୁ ମାରିଛନ୍ତି। ମୋର ସମସ୍ତ ଜ୍ଞାନ ଆଜି ଶୂନ ହୋଇ ଯାଇଛି। ଆପଣ କେମିତି ଏପରି କରି ପାରନ୍ତି ସାର୍ ? ମଜା ଆସିଗଲା ସାର୍। ସମସ୍ତ ନିର୍ଦ୍ଦେଶକ ସେମାନଙ୍କର କରିସ୍ମା ଦେଖାଇଥାନ୍ତି (ଚଳଚ୍ଚିତ୍ର ଦ୍ଵାରା) ଓ ‘ଆରଆରଆର୍’ ଆପଣଙ୍କର କରିସ୍ମା!

Image Courtesy: Hangama

କେଆରକେ ଅନ୍ୟ ଏକ ଟ୍ଵିଟରେ ଲେଖିଛନ୍ତି, ‘ଆରଆରଆର୍’ ଅତ୍ୟନ୍ତ ନିତ୍କୃଷ୍ଟ ଧରଣର ଚଳଚ୍ଚିତ୍ର। ଭାରତୀୟ ସିନେମା ଇତିହାସରେ ଏଭଳି ଫାଲତୁ ଚଳଚ୍ଚିତ୍ର ତିଆରି ହୋଇନାହିଁ। ଏହି ଚଳଚଚ୍ଚିତ୍ର ଜଣେ ବ୍ୟକ୍ତିର ମସ୍ତିଷ୍ତ କୋଷଗୁଡିକୁ ନଷ୍ଟ କରିଦେବ। ଭାରତରେ ତିଆରି ହୋଇଥିବା ଏହା ସବୁଠାରୁ ବେକାର ଚଳଚ୍ଚିତ୍ର। ‘ଥଗ୍ସ ଅଫ୍ ହିନ୍ଦୁସ୍ତାନ’ ଏହି ଚଳଚ୍ଚିତ୍ର ‘ମଗଲ-ଏ-ଆଜମ୍’ ମୋ ତରଫରୁ ଚଳଚ୍ଚିତ୍ରକୁ ଜିରୋ(ଶୂନ) ଷ୍ଟାର୍।

ସେ ପୁଣି ଲେଖିଛନ୍ତି, ମୁଁ ଏହାକୁ ଭୁଲ୍ କହିବି ନାହିଁ, ମୁଁ ଏହାକୁ ସବୁଠୁ ବଡ ଅପରାଧ କହିବି। ରାଜାମୌଲି ୬୦୦ କୋଟି ଟଙ୍କାରେ ଏହି ବେକାର ଚଳଚ୍ଚିତ୍ର ବନାଇଛନ୍ତି। ନିର୍ଦ୍ଦେଶକ ରାଜାମୌଲିଙ୍କୁ ଏଥିପାଇଁ ୬ ମାସ ଦଣ୍ଡ ମିଳିବା ଉଚିତ।

ଏହି ଟ୍ଵିଟ୍ ପରେ କେଆରକେଙ୍କୁ ସୋସିଆଲ୍ ମିଡିଆରେ ଲୋକମାନେ ପ୍ରବଳ ଟ୍ରୋଲ୍ କରୁଛନ୍ତି। ଜଣେ ଲୋକ ପଚାରିଛନ୍ତି, ଏପରି ଅତ୍ୟନ୍ତ ନକରାତ୍ମକ ମନ୍ତବ୍ୟ ଦେବା ପାଇଁ ଆପଣଙ୍କୁ କେତେ ଟଙ୍କା ମିଳିଥାଏ।

ଜଣେ ଲୋକ ଲେଖିଛନ୍ତି, କେଆରକେ ଆପଣ ଜାଣନ୍ତି ନାହିଁ ଚଳଚ୍ଚିତ୍ର କିପରି ତିଆରି କରା ଯାଇଥାଏ। ଆପଣ ଚଳଚ୍ଚିତ୍ର ଦେଖି ହିଁ ଜାଣନ୍ତି ନାହିଁ। ତ କେମିତି ତିଆରି କରାଯାଏ ତାହା ଜାଣିବେ କେମିତି। ‘ଆରଆରଆର୍’ ବ୍ଲକବଷ୍ଟର ଚଳଚ୍ଚିତ୍ର, ଆପଣ କିପରି ଏହାକୁ ନକରାତ୍ମକ ମନ୍ତବ୍ୟ ଦେଇପାରିବେ। ଆପଣ ହିଁ ଏକମାତ୍ର ଓ ପ୍ରଥମ ମଣିଷ ଯିଏ କି ଏହି ଚଳଚ୍ଚିତ୍ରକୁ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି। ଆମ ସମସ୍ତଙ୍କୁ ଏହି ଚଳଚ୍ଚିତ୍ର ବହୁତ ପସନ୍ଦ ଆସୁଛି।

ସମ୍ବନ୍ଧିତ ଖବର