ଦେଶର ଅଧାଜନବସତି ଭୋକରେ ଥିବା ବେଳେ ୧୦୦୦କୋଟି ଟଙ୍କା ବ୍ୟୟରେ ନୂଆ ସଂସଦ ନିର୍ମାଣ କରିବା କ’ଣ ଆବଶ୍ୟକ ବୋଲି ମୋଦୀଙ୍କୁ ପ୍ରଶ୍ନ କଲେ କମଲ ହାସନ

ନୂଆଦିଲ୍ଲୀ: ରବିବାର ମକ୍କଲ ନିଧି ମୟମ (ଏମ୍ଏନ୍ଏମ୍)ର ମୁଖ୍ୟ କମଲ ହାସନ ନୂଆ ସଂସଦ ଭବନ ନିର୍ମାଣ କ’ଣ ଆବଶ୍ୟକ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି।

ଏମ୍ଏନ୍ଏମ୍ ପ୍ରତିଷ୍ଠାତା କମଲ ହାସନ ଟୁଇଟ କରି ଲେଖିଥିଲେ, ଯେତେବେଳେ ଚାଇନାର ଗ୍ରେଟ୍ ୱାଲ୍ ନିର୍ମାଣ କରାଯାଇଥିଲା ସେତେବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଶାସକମାନେ କହିଥିଲେ ଯେ ଏହା ଲୋକଙ୍କ ସୁରକ୍ଷା ପାଇଁ କରାଯାଇଛି। ବର୍ତ୍ତମାନ କରୋନା ମହାମାରୀ କାରଣରୁ ଦେଶର ଅଧିକାଂଶ ଲୋକ ଭୋକରେ ଅଛନ୍ତି, ଲୋକଙ୍କ ମୃତ୍ୟୁ ହେଉଛି, ତେବେ ଆପଣ କାହାର ରକ୍ଷା ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରି ଏକ ନୂତନ ସଂସଦ ଭବନ ନିର୍ମାଣ କରୁଛନ୍ତି? ମୋର ସମ୍ମାନୀୟ ପ୍ରଧାନମନ୍ତ୍ରୀ ଏହରା ଉତ୍ତର ଦିଅନ୍ତୁ।’

ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବାର କିଛି ଘଣ୍ଟା ପୂର୍ବରୁ କମଲ ହାସନ ଏହି ଟୁଇଟ କରିଥିଲେ ।  ତାମିଲନାଡୁର ମଦୁରାଇରୁ କମଲ ହାସନ ପ୍ରଚାର ଆରମ୍ଭ କରିଥିଲେ। ଆସନ୍ତା ବର୍ଷ ମେ-ଜୁନ୍ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦ରେ ନୂଆ ସଂସଦ ଭବନ ପାଇଁ ଭୁମି ପୂଜା କରିଥିଲେ। ନୂତନ ସଂସଦ ଗୃହ ପ୍ରସ୍ତୁତ କରିବାକୁ ୨୦୨୨ ପର୍ଯ୍ୟନ୍ତ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଟେମ୍ପଲ ଟାଉନରୁ ବାହାରିବା ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କମଲ ହାସନ ଅଭିଯୋଗ କରିଛନ୍ତି ଯେ ସହରାଞ୍ଚଳରେ ଅଭିଯାନ ଆରମ୍ଭ କରିବାକୁ ଅଧିକାରୀମାନେ ତାଙ୍କୁ ଶେଷ ମୁହୂର୍ତ୍ତରେ ଅନୁମତି ଦେଇ ନାହାଁନ୍ତି।

kamal haasan asks pm modi to explain need for new parliament building

ଦଳର ପ୍ରଚାର ଅଭିଯାନକୁ ନେଇ କମଲ ହାସନ କହିଛନ୍ତି, ତାମିଲନାଡୁରେ ଏକ ପରିବର୍ତ୍ତନ ଆରମ୍ଭ ହେବ।

ନୂତନ ସଂସଦ ଭବନ ‘ଆତ୍ମନିର୍ଭର ଭାରତ’ ନିର୍ମାଣର ସାକ୍ଷୀ ହୋଇ ରହିବ ଏବଂ ଏହା ଭାରତୀୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ନୂତନ ସଂସଦ ଭବନର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇ କହିଥିଲେ। ୧୩ ଏକର ଜମିରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଚାରି ମହଲାବିଶିଷ୍ଟ ଏହି ନୂଆ ସଂସଦ ଭବନ ନୂଆ ଭାରତକୁ ଦିଗ ଦେଖାଇବ।

ସଂସଦ ମଧ୍ୟକୁ ପ୍ରବେଶ କରିବାର ପ୍ରଥମ ଦିନକୁ ସେ କେବେ ଭୁଲି ପାରିବେ ନାହିଁ ବୋଲି ମୋଦୀ କହିଛନ୍ତି। ଶହେ ବର୍ଷ ତଳେ ନିର୍ମିତ ପୁରୁଣା ସଂସଦ ଭବନର ଧାରଣ କ୍ଷମତା କମ୍‌ ହେବାରୁ ନୂଆ ସଂସଦ ଭବନର ଆବଶ୍ୟକତା ଜରୁରୀ ହୋଇପଡ଼ିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର