ମୁଁ ଯଦିଓ ଯିବି, କିନ୍ତୁ ମୋଦୀ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ: କମଲ ହାସନ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ | ତେବେ କଂଗ୍ରେସ ସମେତ ଆଉ କିଛି ବିରୋଧୀ ଦଳ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି | ସେମାନେ କହିଛନ୍ତି ଯେ ନୂତନ ସଂସଦ ଭବନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବାର ଥିଲା | ତେବେ ଏବେ ଏହି ପ୍ରସଙ୍ଗରେ ପୁଣି ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ସାଉଥ ସୁପରଷ୍ଟାର ତଥା ମକ୍କଲ ନିଧି ମୟମର ମୁଖ୍ୟ କମଲ ହାସନ | କମଲ ହାସନ କହିଛନ୍ତି ଯେ ନୂତନ ସଂସଦ ଭବନ ଉଦଘାଟନ ମୁହୂର୍ତ୍ତ ଜାତୀୟ ଗୌରବ ହୋଇଥିବାବେଳେ ଏବେ ଏହା ରାଜନୈତିକ ସ୍ତରରେ ବିଭେଦ ସୃଷ୍ଟି କରିଛି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏକ ସରଳ ପ୍ରଶ୍ନ ପଚାରୁଛି, ଦୟାକରି ସେ ଦେଶବାସୀଙ୍କୁ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ |

ଭାରତର ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦଘାଟନୀ ଉତ୍ସବରେ କାହିଁକି ଯୋଗଦେବେ ନାହିଁ? ଭାରତର ରାଷ୍ଟ୍ରପତି କାହିଁକି ଯୋଗ ଦେବା ଉଚିତ ନୁହେଁ, ମୁଁ ଏହାର କୌଣସି କାରଣ ଦେଖିପାରୁନାହିଁ | ସେ କହିଛନ୍ତି ଯେ ଭାରତର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ଏବଂ ଉଦଘାଟନୀ କାର୍ଯ୍ୟକ୍ରମରେ ବିରୋଧୀ ଦଳଙ୍କୁ ଅନ୍ତର୍ଭୁକ୍ତ କରୁନଥିବାରୁ ଯଦିଓ ମୋର ମତଭେଦ ଜାରି ରହିବ କିନ୍ତୁ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ମୁଁ ନୂତନ ସଂସଦ ଭବନର ଉଦଘାଟନୀ ଉତ୍ସବରେ ଯୋଗଦେବି । ମକ୍କଲ ନିଧି ମୟମର ମୁଖ୍ୟ କମଲ ହାସନ କହିଛନ୍ତି ଯେ ସେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି, ତେଣୁ ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଥିବା ବିରୋଧୀ ଦଳଙ୍କୁ ପୁଣି ଥରେ ଚିନ୍ତା କରିବାକୁ ଆହ୍ୱାନ ଦେଇଛନ୍ତି | ହାସନ କହିଛନ୍ତି ଯେ ବିଶ୍ୱର ଦୃଷ୍ଟି ଆମ ଉପରେ ଥିବାରୁ ଆସନ୍ତୁ ନୂତନ ସଂସଦର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଜାତୀୟ ଏକତାକୁ ଦର୍ଶାଇବା |

ସମ୍ବନ୍ଧିତ ଖବର