ପ୍ରଶଂସକଙ୍କୁ ଅର୍ଥ ଫେରାଇବେ କମଲ ହାସନ

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର କମଲ ହାସଲ ରାଜନୈତିକ ଦଳ ଗଠନ କରିବେ ବୋଲି ଘୋଷଣା କରିବା ପରେ ତାଙ୍କର ପ୍ରଶଂସକମାନେ ପ୍ରାୟ ୩୦ କୋଟି ଟଙ୍କା ଏଥିପାଇଁ ଚାନ୍ଦା ଦେଇଥିଲେ। ତେବେ ଦଳ ଗଠନ ହେବା ପୂର୍ବରୁ ଏତେ ପରିମାଣର ଚାନ୍ଦା ଗ୍ରହଣୀୟ ନୁହେଁ ଏବଂ ଏହାକୁ ଖୁବ୍‌ଶୀଘ୍ର ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଫେରାଇ ଦିଆଯିବ ବୋଲି ହାସନ କହିଛନ୍ତି। ତେବେ ଦଳ ଗଠନ ସଂକ୍ରାନ୍ତ ନିଷ୍ପତ୍ତିରୁ ସେ ଓହରି ନାହାନ୍ତି ଏବଂ ଖୁବ୍‌ଶୀଘ୍ର ଏ ବାବଦରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଜନତାଙ୍କ ମତାମତକୁ ଆଧାର କରି ଏହି ନୂଆ ଦଳ ଗଠନ ହେବ ଏବଂ ଏଥିରେ କୌଣସି ପ୍ରୀୟାପ୍ରୀତି କିମ୍ବା ତୁଷ୍ଟୀକରଣ ରହିବ ନାହିଁ ବୋଲି ହାସନ କହିଛନ୍ତି।

ସମ୍ବନ୍ଧିତ ଖବର