ନିର୍ବାଚନ କମିସନର୍‌ଙ୍କୁ ଭେଟିଲେ କମଲ୍‌ ହାସନ

ଚେନ୍ନାଇ: ଅଭିନେତାରୁ ରାଜନେତା ହୋଇଥିବା କମଲ୍‌ ହାସନ ଆଜି ତାଙ୍କ ଦଳର ପଂଜୀକରଣ ପାଇଁ ନିର୍ବାଚନ କମିସନର୍‌ଙ୍କୁ ଭେଟିଛନ୍ତି। ‘ମକ୍କଲ ନିଧୀ ମାୟମ୍‌’ ପ୍ରତିଷ୍ଠାତା କମଲ୍‌ ଆଜି ତାଙ୍କ ଦଳର ପଞ୍ଜିକରଣ ପାଇଁ ନିର୍ବାଚନ କମିସନରଙ୍କ ସହ ସେ ଆଲୋଚନା କରିଛନ୍ତି । ତେବେ ବୈଠକ ପରେ ଆଜି ସାମ୍ବାଦିକମାନଙ୍କୁ କମଲ୍‌ ସୂଚନା ଦେଇ କହିଛନ୍ତି ଯେ ଖୁବ୍‌ଶୀଘ୍ର ତାଙ୍କ ଦଳ ପଞ୍ଜିକୃତ ହେବ, କିନ୍ତୁ ଏନେଇ କିଛି ନିର୍ଦ୍ଦିଷ୍ଟ ସମୟ ନିଧାର୍ଯ୍ୟ ହୋଇନଥିବା ସେ କହିଛନ୍ତି। ତେବେ ତାଙ୍କ ଦଳକୁ କେଉଁ ଚିହ୍ନ ମିଳିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର