ଭୋପାଲ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ଦଳର ବରିଷ୍ଟ ନେତା କମଲନାଥଙ୍କୁ ଚୟନ କରିଛି। ଶୁକ୍ରବାର ଦଳ ପକ୍ଷରୁ ଆଉ ଏକ ଘୋଷଣା ହୋଇ ଯାଇଛି। ରାଜ୍ୟରେ ବହୁ ମତ ହାସଲ କରିଥିବା କଂଗ୍ରେସ ଦଳ ଘୋଷଣା କରିଛି ଯେ ଆସନ୍ତା ୧୭ ତାରିଖରେ କମଲନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଭୋପାଲର ଲାଲ ପ୍ୟାରେଡ୍ ଗ୍ରାଉଣ୍ଡ୍ରେ କମଲନାଥ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର କମଲନାଥଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲେ। କଂଗ୍ରେସ ଲେଜିସଲେଚର୍ ପାର୍ଟିର ବୈଠକ ସକାଳ ପ୍ରାୟ ୧୦.୩୦ ସମୟରେ ହୋଇଥିଲା। ଏହି ବୈଠକରେ ଆଲୋଚନା ପରେ ରାହୁଲ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲେ।
କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇ ରାଜ୍ୟ ଭାର ତାଙ୍କୁ ଦିଆଯିବା ପରେ ସେ ଦଳୀୟ ନେତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କମଲନାଥଙ୍କ ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ୍ ଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିୟା।