ଗୋରକ୍ଷା ନାମରେ ହିଂସା କଲେ ଭୋଗିବେ ୫ ବର୍ଷର ଜେଲ ଦଣ୍ଡ

ଭୋପାଳ: ଗୋସୁରକ୍ଷା ନାମରେ ହେଉଥିବା ହିଂସାକୁ ରୋକିବା ପାଇଁ ମଧ୍ୟପ୍ରଦେଶର କଂଗ୍ରେସ ସରକାର କିଛି ଦୃଢ ନିଷ୍ପତ୍ତି ନେବାକୁ ଯାଉଛନ୍ତି | ମିଳିଥିବା ସୂଚନା ମୁତାବକ ବୁଧବାର ଏଭଳି ଆଇନର ପ୍ରସ୍ତାବ ରଖାଯାଇଛି | ଗୋହତ୍ୟା ବିରୋଧୀ ଅଧିନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ଗୋ ହିଂସା ମାମଲାରେ ଅଭିଯୁକ୍ତ ହୁଅନ୍ତି ତେବେ ତାଙ୍କୁ ୬ ମାସରୁ ୩ ବର୍ଷ ଯାଏଁ ଜେଲ ସହ ୨୫ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ଯାଏଁ ଦେବାକୁ ନିୟମ ଅଛି |

photo–one india

ତେବେ କମଲନାଥ ସରକାର ମଧ୍ୟପ୍ରଦେଶ ଗୋବଂଶ ବଧ ପ୍ରତିଷେଧ ଅଧିନିୟମ,୨୦୦୪ ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି | ଏହି ବିଧେୟକକୁ ମୌସୁମୀ ଅଧିବେଶନରେ ପାରିତ କରାଇବାକୁ କମଲନାଥ ଚାଁହୁଛନ୍ତି | ଅତିରିକ୍ତ ମୁଖ୍ୟ ସଚିବ (ପଶୁପାଳନ) ମନୋଜ ଶ୍ରୀବାସ୍ତବ କହିଛନ୍ତି ଯେ ଗୋ ସୁରକ୍ଷା ନାମରେ ହିଂସା କରୁଥିବା ବ୍ୟକ୍ତିଙ୍କ ଦଣ୍ଡକୁ ସର୍ବନିମ୍ନ ୧ ବର୍ଷ ଓ ସର୍ବାଧିକ ୫ ବର୍ଷ ଯାଏଁ କରାଯିବ | ଯଦି ପୁଣି ଥରେ ସେ ଏପରି କରନ୍ତି ତାଙ୍କ ଦଣ୍ଡକୁ ଦୁଇ ଗୁଣ କରାଯିବ |

ସେହିପରି ଗୋ ହିଂସା କରିବାକୁ ଉସୁକାଉଥିବା ବ୍ୟକ୍ତିଙ୍କୁ ବର୍ଷେରୁ ତିନିବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା କରାଯିବ | ଏହାପୂର୍ବରୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଯେ ଗାଈକୁ ନେବା ଆଣିବା ନିୟମକୁ ସହଜ କରାଯିବ | ଯାହାଦ୍ୱାରା କୃଷକ ଓ ଗାଈ ବେପାରୀଙ୍କୁ ଅସୁବିଧା ନ ହେବ |

ସମ୍ବନ୍ଧିତ ଖବର