ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସ ସପକ୍ଷରେ ଜନାଦେଶ ମିଳିବା ପରେ ଏବେ ଏହି ତିନି ରାଜ୍ୟରେ ସରକାର ଗଠନ ପାଇଁ କଂଗ୍ରେସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ତେବେ, ଏହି ତିନି ରାଜ୍ୟରେ କଂଗ୍ରେସ କାହାକୁ ନିଜର ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରୁଛି ତାହାକୁ ଦେଖିବା ପାଇଁ ଏବେ ସବୁ ମହଲରେ ଉତ୍ସୁକତା ଲାଗି ରହିଥିବା ବେଳେ ଏଥିପାଇଁ ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ହାଇକମାଣ୍ଡଙ୍କ ପକ୍ଷରୁ ଅଙ୍କ କଷା ଆରମ୍ଭ ହୋଇଯାଇଛି।
କଂଗ୍ରେସ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟପ୍ରଦେଶରେ କମଲନାଥ, ଛତିଶଗଡ଼ରେ ଭୂପେଶ ବାଘେଲ ଓ ରାଜସ୍ଥାନରେ ଅଶୋକ ଗେହଲଟ୍ଙ୍କୁ ଅବସ୍ଥାପିତ କରିବା ପାଇଁ କଂଗ୍ରେସ ହାଇକମାଣ୍ଡ ଏକ ପ୍ରକାରର ନିଷ୍ପତ୍ତି ଚୂଡ଼ାନ୍ତ କରି ସାରିଛନ୍ତି। କେବଳ ମାତ୍ର ଘୋଷଣା ବାକି ରହିଛି।
/sambad/media/post_attachments/wp-content/uploads/2018/12/Kamannath.jpg)
କଂଗ୍ରେସର ବରିଷ୍ଠ ତଥା ପ୍ରବୀଣ ନେତା କମଲନାଥଙ୍କୁ ହାଇକମାଣ୍ଡ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗତ ଅପ୍ରେଲ ମାସରେ ମଧ୍ୟପ୍ରଦେଶରେ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ସେହିଦିନ ଠାରୁ କମଲନାଥ ପ୍ରଚାର କମିଟି ମୁଖ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମିଶି ମଧ୍ୟପ୍ରଦେଶରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଆରମ୍ଭ କରି ଦେଇଥିଲେ। ଯାହାର ସୁଫଳ ଏବେ କଂଗ୍ରେସକୁ ମିଳିଛି। ତେଣୁ, ପ୍ରବୀଣ ରାଜନେତା କମଲନାଥଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ହାଇକମାଣ୍ଡ ତାଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଅବସ୍ଥାପିତ କରି ତାଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶକୁ ଏକ ସ୍ଥିର ଓ ଦୃଢ଼ ସରକାର ଦେବାକୁ ମନସ୍ଥ କରିଛନ୍ତି।
/sambad/media/post_attachments/wp-content/uploads/2018/12/ASHOK-GEHLOT-sachin-pilot.jpg)
ସେହିପରି ରାଜସ୍ଥାନରେ କଂଗ୍ରେସ ଅଶୋକ ଗେହଲଟ ଓ ସଚିନ୍ ପାଇଲଟ୍ଙ୍କ ମିଳିତ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା ଏବଂ ସଫଳତା ମଧ୍ୟ ପାଇଛି। ତେବେ, ରାଜନୈତିକ ଅଭିଜ୍ଞତାକୁ ଦେଖିଲେ ଅଶୋକ ଗେହଲଟ ପ୍ରବୀଣ ଓ ଅଭିଜ୍ଞ ହୋଇଥିବା ବେଳେ ସଚିନ୍ ପାଇଲଟ୍ ହେଉଛନ୍ତି ତରୁଣ। ପୁଣି ପୂର୍ବରୁ ଅଶୋକ ଗେହଲଟ ଦୁଇ ଦୁଇ ଥର ରାଜସ୍ଥାନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ତେଣୁ, ଏବେ ତୃତୀୟ ଥର ପାଇଁ ଅଶୋକ ଗେହଲଟଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ପଗଡ଼ି ବାନ୍ଧିବାକୁ ହାଇକମାଣ୍ଡ ମନସ୍ଥିର କରୁଥିବା ଜାଣିବାକୁ ମିଳିଛି।
/sambad/media/post_attachments/wp-content/uploads/2018/12/Bhupesh.jpg)
ଅନ୍ୟପକ୍ଷରେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ରେସ୍ରେ ପ୍ରଦେଶ କଂଗ୍ରେସ ମୁଖ୍ୟ ଭୂପେଶ ବାଘେଲ ଓ ଗତ ବିଧାନସଭାରେ କଂଗ୍ରେସର ବିରୋଧୀ ଦଳ ନେତା ଥିବା ଟି ଏସ୍ ସିଂହଦେଓ ରହିଛନ୍ତି। ତେବେ, ଛତିଶଗଡ଼ରେ ପ୍ରଦେଶ କଂଗ୍ରେସ ମୁଖ୍ୟ ଭୂପେଶ ବାଘେଲଙ୍କ ନେତୃତ୍ୱରେ ଏ ନିର୍ବାଚନ ଲଢ଼ି ଏ ସଫଳତା ଦୃଷ୍ଟିରୁ ହାଇକମାଣ୍ଡ ତାଙ୍କ ମୁଣ୍ଡରେ ଶିରପା ବାନ୍ଧିବାକୁ ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/AA.jpg)