ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଆଜି ଭୋପାଳରେ ସିଏଏ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇଛନ୍ତି। କମଳନାଥ କହିଛନ୍ତି, ତାଙ୍କ ଦଳ ଏନ୍ପିଆର କାର୍ଯ୍ୟକାରୀ କରିବାକୁ ଚାହେ। କିନ୍ତୁ ଏନ୍ପିଆର ସହ ଏନ୍ଆରସି ରହିବ ନାହିଁ। ଏନ୍ପିଆର ଏବଂ ଏନ୍ଆରସି ଏକାଠି ଆଣିବା ନେଇ ମୋଦୀ ସରକାରଙ୍କ ଉଦ୍ଦେଶ୍ୟ ସଂକ୍ରାନ୍ତରେ ସେ ପ୍ରଶ୍ନ କରିଛନ୍ତି। କମଳନାଥ ଅଭିଯୋଗ କରିଛନ୍ତି ଯେ ସରକାର ନାଗରିକତା ଆଇନ ଏବଂ ଏନ୍ଆରସିର ଅପବ୍ୟବହାର ନେଇ ବାଟ ଖୋଲି ଦେଇଛନ୍ତି। ତେବେ ମଧ୍ୟପ୍ରଦେଶରେ ସିଏଏ କାର୍ଯ୍ୟକାରୀ ହେବନାହିଁ ବୋଲି କମଳନାଥ କହିଛନ୍ତି। ଅନ୍ୟପକ୍ଷେ କାନପୁରରେ ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ସୃଷ୍ଟି ହୋଇଥିବା ଦଙ୍ଗାର ତଦନ୍ତ କରିବ ଏସ୍ଆଇଟି। ସେହିପରି ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ ପରିସରରେ ବିନା ଅନୁମତିରେ କ୍ୟାଣ୍ଡେଲ୍ ଯାତ୍ରା ହୋଇଥିବାରୁ ୪୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଧାରା ୧୪୪ ଜାରି ସମୟରେ କ୍ୟାଣ୍ଡେଲ୍ ଯାତ୍ରା ହୋଇଥିବାରୁ ୪୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଜି ମୁମ୍ବାଇରେ ସିଏଏ ସମର୍ଥନରେ ବିଜେପି କର୍ମୀମାନେ ଆନ୍ଦୋଳନ ଯାତ୍ରା କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp