ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପ୍ରଦେଶ କଂଗ୍ରେସ ସଭାପତି କମଲନାଥଙ୍କୁ ମହଙ୍ଗା ପଡ଼ିଛି। ଆଜି କମଳନାଥଙ୍କୁ ତାଙ୍କ ପଦରୁ ହଟାଇ ଜିତୁ ପଟୱାରୀଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇଛି। ଜିତୁଙ୍କ ନିଯୁକ୍ତି ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବୟାନ ଜାରି କରିଛନ୍ତି। ଅନ୍ୟପକ୍ଷରେ ଆଦିବାସୀ ନେତା ଉମଙ୍ଗ ସିନ୍ଧାରଙ୍କୁ ଦଳ ବିରୋଧୀ ଦଳ ନେତା ନିଯୁକ୍ତ କରିଛି। ଉଭୟ ନିଯୁକ୍ତିକୁ କଂଗ୍ରେସ ତତ୍କାଳ ପ୍ରଭାବରେ କାର୍ଯ୍ୟକାରୀ କରିଥିବା ବେଳେ କମଲନାଥଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ୫୦ ବର୍ଷୀୟ ଜିତୁ ପଟୱାରୀ ୨୦୧୩ରେ ପ୍ରଥମ ଥର ପାଇଁ ରାଉ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ।