ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ୍ ନାଥଙ୍କ ‘ଷ୍ଟାର୍ କ୍ୟାମ୍ପେନର୍’ ପାହ୍ୟା ରଦ୍ଦ ଲାଗି ନିର୍ବାଚନ କମିସନ ନେଇଥିବା ନିଷ୍ପତ୍ତିକୁ ଶନିବାର ଦିନ ସୁପ୍ରିମ୍ କୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଛି।
ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ ବିବେକ ତନ୍ଖା ଗଣମାଧ୍ୟମକୁ କହିଛନ୍ତି ଯେ, ବିଭିନ୍ନ କାରଣକୁ ଆଧାର କରି କମଲ୍ ନାଥ ନିର୍ବାଚନ କମିସନ୍ଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରିଛନ୍ତି। ଏହି ଆବେଦନ ଉପରେ ଜରୁରୀ ଶୁଣାଣି ପାଇଁ ସୁପ୍ରିମ୍ କୋର୍ଟଙ୍କୁ ନିବେଦନ କରାଯିବ।
ପୂର୍ବରୁ କମଲ୍ ନାଥ କହିଥିଲେ ଯେ, ‘ଷ୍ଟାର୍ କ୍ୟାମ୍ପେନର୍’ ଗୋଟାଏ ପଦବୀ ନୁହେଁ କି, ପାହ୍ୟା ନୁହେଁ। ନିର୍ବାଚନ କମିସନ୍ଙ୍କ ଏହି ପଦକ୍ଷେପ ଉପରେ ନଭେମ୍ବର ୧୦ ତାରିଖ ପରେ ସେ ମନ୍ତବ୍ୟ ଦେବେ। ସେ ପୁଣି ମଧ୍ୟ କହିଥିଲେ କି, ଜନସାଧାରଣଙ୍କ ମତ ହିଁ ଗୁରୁତ୍ବପୂର୍ଣ୍ଣ। ଜନତା ସବୁ ଜାଣନ୍ତି।
Image Courtesy of Hindustan Timesଏକାଧିକ ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା କାରଣରୁ ଅକ୍ଟୋବର ୩୦ରେ ଭାରତର ନିର୍ବାଚନ କମିସନ୍ କମଲ୍ ନାଥଙ୍କ ‘ତାରକା ପ୍ରଚାରକ’ ବା ‘ଷ୍ଟାର୍ କ୍ୟାମ୍ପେନର୍’ ପାହ୍ୟା ରଦ୍ଦ କରିଥିଲେ।
ନିର୍ବାଚନ କମିସନ୍ର ଏହି ଆଦେଶକୁ ଅଦାଲତରେ ଚାଲେଞ୍ଜ୍ କରିବାକୁ ମଧ୍ୟ ପ୍ରଦେଶ କଂଗ୍ରେସ ସ୍ଥିର କରିଥିଲା। ମଧ୍ୟପ୍ରଦେଶ କଂଗ୍ରେସ ୟୁନିଟ୍ର ନରେନ୍ଦ୍ର ସାଲୁଜା କହିଥିଲେ, ଦଳର ନେତା କମଲ୍ ନାଥଙ୍କ ‘ଷ୍ଟାର୍ କ୍ୟାମ୍ପେନର୍’ ପାହ୍ୟା ରଦ୍ଦ କରିଥିବା ନିର୍ବାଚନ କମିସନ୍ର ଆଦେଶକୁ କଂଗ୍ରେସ ପାର୍ଟି ଅଦାଲତରେ ଚାଲେଞ୍ଜ୍ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/kn.jpg)