ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଲେ କଂଗ୍ରେସର ଏହି ବରିଷ୍ଠ ନେତା

ଭୋପାଳ: ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲ ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ପୁଣି ଅନେକଙ୍କୁ ବିସ୍ମିତ କରିଛନ୍ତି । ବିଧାନସଭା ଅଧିବେଶନରେ ଗତକାଲି କମଲନାଥ କହିଛନ୍ତି ଯେ ତାଙ୍କୁ ନୀତି ଆୟୋଗର ସବ କମିଟିରେ ସାମିଲ କରାଯାଇଛି । ଏଥି ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋଦୀଙ୍କ ନିକଟରେ କୌଣସି ଭେଦଭାବ ନଥାଏ ବୋଲି ସେ କହିଛନ୍ତି ।
ବିଧାନସଭାରେ ନିଜର ବିଭାଗ ସଂପର୍କୀତ ଅନୁଦାନ ଦାବି ଉପରେ ଆଲୋଚନାର ଜବାବ ଦେବାକୁ ଯାଇ କମଲନାଥ କହିଛନ୍ତି, ମଧ୍ୟପ୍ରଦେଶକୁ କୃତ୍ରିମ ଜ୍ଞାନ କେନ୍ଦ୍ର ଭାବରେ ଗଢ଼ାଯିବ । ସେ କହିଛନ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୋଗୁଁ ପ୍ରତିଦିନ କିଛି ନା କିଛି ପରିବର୍ତ୍ତନ ଦେଖାଯାଉଛି । ଯୁବପୀଢ଼ିଙ୍କୁ ନୂତନ ଜ୍ଞାନକୌଶଳ ସହିତ ଜଡ଼ିତ ରହିବାର ଆବଶ୍ୟକତା ଅଛି । ଏହାଦ୍ୱାରା ଭଲ ଚାକିରି ମିଳିପାରିବ ।

photo-one india

ସେ କହିଛନ୍ତି, ଛିନ୍ଦୱାଡା ବିଶ୍ୱର ଏକମାତ୍ର ଜିଲ୍ଲା, ଯେଉଁଠାରେ କି ସର୍ବାଧିକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇପାରିଛି । ମଧ୍ୟପ୍ରଦେଶ ବିଦ୍ୟୁତ ଷ୍ଟୋରେଜ କରିବା ମାମଲାରେ ଦେଶର ପ୍ରଥମ ରାଜ୍ୟ ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର