ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଇସ୍ତଫା ଦେଇପାରନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ!

ଭୋପାଳ:  ୧୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଗ୍ରହଣ ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ବିଶ୍ବାସ ସଂଖ୍ୟା ଗରିଷ୍ଠତାର ପ୍ରମାଣ ନ ଦେଇ  ଇସ୍ତଫା ଦେଇପାରନ୍ତି ବୋଲି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କହିଛନ୍ତି। ସେ ଏକ ନିଉଜ୍ ଚାନେଲକୁ ସାକ୍ଷାତକାରରେ ଏହା କହିଛନ୍ତି।  ଦିଗବିଜୟ ସିଂହ କହିଛନ୍ତି ଯେ କମଲନାଥ ସରକାର ବିଶ୍ବାସ ମତ ହାସଲ କରି ସରକାରକୁ ରକ୍ଷା କରିପାରିବେ ନାହିଁ। ୨୨ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ ପରେ କମଲ ନାଥ ସରକାରଙ୍କ ପାଖରେ ବହୁମତ ଲାଗି ସଂଖ୍ୟା ନାହିଁ।

ସୂଚନାନୁସାରେ, ସଂଖ୍ୟାଲଘୁ ପ୍ରମାଣ କରିବାର ସଂଖ୍ୟା ନ ଥିବାରୁ ଫ୍ଲୋର ପରୀକ୍ଷା ପୂର୍ବରୁ କମଲନାଥ ତାଙ୍କ ଇସ୍ତଫା ଘୋଷଣା କରିବେ। ଏହାପରେ ବିଜେପି ସରକାର ଗଢ଼ିବା ରାସ୍ତା ପରିଷ୍କାର ହୋଇଯିବ।

image- navbharattimes

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ଆସନ୍ତାକାଲି (ଶୁକ୍ରବାର) ଅପରାହ୍ନ ୫ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ ବା ଆସ୍ଥା ଭୋଟର ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୂରା ବିଧାନସଭା ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରିବାକୁ ମଧ୍ୟ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ।
ସୂଚନାଯୋଗ୍ୟ, ୨୩୦ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବର୍ତ୍ତମାନ ଦୁଇଟି ଆସନ ଖାଲି ଥିବାରୁ ବିଧାନସଭାର ପ୍ରକୃତ ସଂଖ୍ୟା ହେଉଛି ୨୨୮ | ୧୬ଜଣ ବିଧାୟକଙ୍କ ଇସ୍ତଫା ସହିତ କଂଗ୍ରେସ ବିଧାୟକଙ୍କର ସଂଖ୍ୟା ୧୦୮ରୁ ୯୨କୁ ଖସି ଆସିଛି। ଏହାପୂର୍ବରୁ ୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, ଯାହା ଶାସକ ଦଳର ସଂଖ୍ୟା ୧୧୪ରୁ ୧୦୮କୁ ହ୍ରାସ କରିଛି। ଅନ୍ୟପକ୍ଷରେ ବିଜେପିରେ ୧୦୭ ଜଣ ସଦସ୍ୟ ଅଛନ୍ତି।

One India

ପ୍ରକାଶ ଥାଉକି, ସୋମବାର ଦିନ ବିଜେପି ୧୦୬ ଜଣ ବିଧାୟକଙ୍କୁ ରାଜ୍ୟପାଳଙ୍କ ସମ୍ମୁଖରେ ପ୍ୟାରେଡ୍ କରିଥିଲା, କାରଣ ଏହାର ଜଣେ ବିଧାୟକ ନାରାୟଣ ତ୍ରିପାଠୀ ଅନୁପସ୍ଥିତ ଥିଲେ ଏବଂ ବିଧାନସଭା ପ୍ରକ୍ରିୟା ପରେ କଂଗ୍ରେସ ବିଧାୟକମାନଙ୍କ ସହିତ ଦେଖା ଦେଇଥିଲେ। ଗୃହରେ ବିଏସପିର ଦୁଇଜଣ ସଦସ୍ୟ ଥିବାବେଳେ ଏସପିର ଜଣେ ଏବଂ ଚାରି ଜଣ ସ୍ୱାଧୀନ ବିଧାୟକ ଅଛନ୍ତି।

ସମ୍ବନ୍ଧିତ ଖବର