ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଳନାଥ ଏକ ନିର୍ବାଚନୀ ସଭାରେ ଜଣେ ବିଜେପି ନେତ୍ରୀଙ୍କୁ ‘ଆଇଟମ୍’ କହିଥିବାରୁ ଏହାକୁ ନେଇ ବିବାଦ ଜାରି ରହିଛି। ଆଜି ନିର୍ବାଚନ କମିସନ୍ କମଳନାଥଙ୍କୁ ନୋଟିସ୍ ପଠାଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ଏହି ନୋଟିସ୍ର ଜବାବ ଦେବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଗତ ରବିବାର ଗ୍ବାଲିଅରର ଡାବରାରେ ଏକ ନିର୍ବାଚନୀ ସଭାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଈମର୍ତୀ ଦେବୀଙ୍କୁ କମଳନାଥ ‘ଆଇଟମ୍’ ବୋଲି କହିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲଗାତାର ବିଜେପି ଦାବି କରି ଆସୁଥିଲା। ରାଷ୍ଟ୍ରୀୟ ମହିଳା ଆୟୋଗ ମଧ୍ୟ ଏହି ଟିପ୍ପଣୀକୁ ନେଇ କମଳନାଥଙ୍କୁ ନୋଟିସ୍ ପଠାଇଛନ୍ତି।
କମଳନାଥଙ୍କୁ ନିର୍ବାଚନ କମିସନ୍ଙ୍କ ନୋଟିସ୍
/sambad/media/post_attachments/wp-content/uploads/2020/03/Kamalnath1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)