ନିର୍ବାଚନ ଜିତିବା ପରେ ସଫଳତାର ସବୁ ଶ୍ରେୟ ମା’ଙ୍କୁ ଦେଲେ ଆମେରିକା ଉପରାଷ୍ଟ୍ରପତି ହେଉଥିବା କମଳା ହାରିସ

ନୂଆଦିଲ୍ଲୀ: ବିଜୟ ପରେ ଆମେରିକା ରାଷ୍ଟ୍ରପତି ‌ଜୋ ଭାଇଡେନଙ୍କ ସମେତ ଆମେରିକା ଉପରାଷ୍ଟ୍ରପତି ଭାରତୀୟ ବଂଶୋଦ୍ଭବ କମଳା ହାରିସ ବି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।  ସେ କହିଛନ୍ତି,  ଯେତେବେଳେ ତାଙ୍କ ମା ଭାରତରୁ ଆମେରିକା ଆସିଥିଲେ ସେ ଏ ବିଷୟରେ ଚିନ୍ତା ବି କରିନଥିଲେ । ଆଉ ଏବେ ଏହି ବିଜୟର ଶ୍ରେୟ ସେ ମା’ଙ୍କୁ ଦେଇଛନ୍ତି ।

ସେପଟେ ବାଇଡ଼େନ୍ ତାଙ୍କର ଏହି ବିଜୟକୁ ଐତିହାସିକ ବୋଲି କହିଛନ୍ତି । ରାଷ୍ଟ୍ରପତି ନିର୍ବାଚିତ ହେବା ପରେ  ସେ ଦେଶବାସୀଙ୍କ ପ୍ରଥମ ସମ୍ବୋଧନରେ କହିଛନ୍ତି, ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ ଏବଂ ରେଡ଼ ଷ୍ଟେଟ ଭାବେ ଦେଖିବେ ନାହିଁ କେବଳ ୟୁନାଇଡ଼େ ଷ୍ଟେଟ ଅଫ ଆମେରିକା ଭାବେ ଦେଖିବେ । ବିଭାଜନ ନୁହେଁ ଯୋଡିବା ହେବ ପ୍ରାଥମିକତା  । ଆମେରିକାବାସୀ ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି । ଆମ ପାଖରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାର ଶକ୍ତି ରହିଛି ବୋଲି କହିଛନ୍ତି ବାଇଡ଼େନ୍ ।

Covid-19: Kamala Harris blasts Trump on coronavirus response
CNBC.com

ତେବେ ଗୋଟିଏ ପଟେ ବାଇଡେନଙ୍କ ବିଜୟ ନେଇ ଆନ୍ତର୍ଜାତୀୟ ଖବର ପ୍ରକାଶ ପାଉଥିବାବେଳେ ଟୁଇଟ୍ କରି ପୁଣି ଦ୍ୱନ୍ଦ୍ୱ ବଢ଼ାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ବହୁ ଭୋଟରେ ସେ ବିଜୟୀ ହୋଇ ସାରିଛନ୍ତି । ନିର୍ବାଚନରେ ପରାଜୟ ସ୍ୱୀକାର କରିବାକୁ ଟ୍ରମ୍ପ ମନା କରିଦେଇଛନ୍ତି । କହିଛନ୍ତି ଭୋଟ ଗଣତି ବାକି ଥିବା ବେଳେ ବାଇଡେନ୍ ନିଜକୁ ରାଷ୍ଟ୍ରପତି ଘୋଷଣା କରିବାକୁ ଏତେ ତରବର କାହିଁକି । ତେଣୁ ବାଇଡେନଙ୍କ ବିଜୟ ଘୋଷଣା ବେଆଇନ । ନିର୍ବାଚନରେ ଜାଲିଆତି ଏବଂ ଇ-ବାଲାଟ ଅନିୟମିତତା ବିରୋଧରେ ଆଇନଗତ ଲଢେଇ ଜାରି ରହିବ ବୋଲି ଟ୍ରମ୍ପ କହିଛନ୍ତି ।

ସମ୍ବନ୍ଧିତ ଖବର