ନ୍ୟୁୟର୍କ: ଆମେରିକାର ଡେମୋକ୍ରାଟିକ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ସିନେଟର କମଳା ହାରିସ୍ ତାଙ୍କ ନାତୁଣୀଙ୍କୁ ଗେହ୍ଲେଇ କହୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଢେର ଲୋକପ୍ରିୟ ହେବାରେ ଲାଗିଛି। ନିର୍ବାଚନ ପ୍ରଚାର ବେଳର ଏହି ଭିଡିଓକୁ କମଳାଙ୍କ ଝିଅ ମୀନା ହାରିସ୍ ଗୁରୁବାର ଟ୍ବିଟରରେ ଛାଡ଼ିଛନ୍ତି। ଭିଡିଓରେ କମଳାଙ୍କ କୋଳରେ ମୀନାଙ୍କ ୪ ବର୍ଷୀୟା ଝିଅ ଅମରା ଆଜଗୁ ବସିଥିବାର ଦେଖାଯାଇଛି। ତେବେ ନାତୁଣୀ ଅମରାକୁ ଆଈ କମଳା ମଜାରେ ମଜାରେ ଦେଉଥିବା ପରାମର୍ଶ ହିଁ ଟ୍ବିଟର ଅନୁଗାମୀମାନଙ୍କୁ ବେଶ୍ ଆପ୍ୟାୟିତ କରିଛି। କମଳା କହୁଛନ୍ତି, 'ତୁ ବି ଦିନେ ରାଷ୍ଟ୍ରପତି ହୋଇପାରିବୁ। ମାତ୍ର ଏବେ ନୁହେଁ। ଆଉ ୩୧ ବର୍ଷ ପରେ ତୋତେ ୩୫ ପୂରିଲେ..।' କମଳାଙ୍କ ଏହି ବାକ୍ୟାଳାପ ଶିଶୁ ଅମରା ବୁଝୁ କି ନବୁଝୁ, ସେ ମୁଣ୍ଡ ହଲାଇ ଆଈକୁ ଜଣାଉଥିବା ସମ୍ମତି ହିଁ ଟ୍ବିଟର ଅନୁଗାମୀମାନଙ୍କୁ ମୁଗ୍ଧ କରିଛି।
ନାତୁଣୀଙ୍କୁ କମଳା ହାରିସ୍ଙ୍କ ଉପଦେଶ ‘ତୁ’ ବି ରାଷ୍ଟ୍ରପତି ହୋଇପାରିବୁ’
/sambad/media/post_attachments/wp-content/uploads/2020/11/kh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)