ନ୍ୟୁୟର୍କ : ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପରେ ତତ୍ତ୍ବାବଧାନ ପାଇଁ ଏକ ବିବାଦୀୟ ମାମଲା ଚାଲିଲା ପରଠାରୁ ତାଙ୍କର ଝିଅମାନଙ୍କ ସହ ସମ୍ବନ୍ଧ ଆକସ୍ମିକ ଭାବେ ବନ୍ଦ ହୋଇଯାଇଥିଲା ବୋଲି ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ବାପା ଡୋନାଲ୍ଡ ହାରିସ କହିଛନ୍ତି। ତେବେ ଏହା ତାଙ୍କୁ ଭୀଷଣ ଦୁଃଖ ଦେଇଛି ବୋଲି ଜାମାଇକା ଜନ୍ମିତ ଅର୍ଥନୀତି ପ୍ରାଧ୍ୟାପକ ଡୋନାଲ୍ଡ କହିଛନ୍ତି। ନିୟୁର୍କ ଟାଇମ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନିଜର ଝିଅ ଏପରି ଜାତୀୟ ସ୍ତରରେ ଖବରର ଶିରୋନାମା ପାଲଟିବା ସତ୍ତ୍ବେ ବହୁ ବର୍ଷ ହେଲା ଅଧ୍ୟାପନା ବୃତ୍ତିରୁ ଅବସର ନେଇଥିବା ପ୍ରଫେସର ଡୋନାଲ୍ଡ ତଥାପି ନିରବ ରହିଛନ୍ତି। ତେବେ ୨୦୧୮ ମସିହାରେ ସେ ଲେଖିଥିବା ଏକ ପ୍ରବନ୍ଧରେ ୧୯୭୨ ମସିହାରେ କିପରି ପତ୍ନୀ ଏବଂ କନ୍ୟାମାନଙ୍କ ସହ ସମ୍ପର୍କରେ ହଠାତ୍ ଭଟ୍ଟା ଆସିଥିଲା ତାହା ସେ ବର୍ଣ୍ଣନା କରିଛନ୍ତି। ସେତେବେଳେ ଓକ୍ଲାଣ୍ଡ ସ୍ଥିତ ପରିବାର ଅଦାଲତ ହିଁ ତାଙ୍କ ଠାରୁ ଝିଅଦ୍ବୟଙ୍କୁ ଛଡ଼ାଇ ନେଇଥିଲା ବୋଲି ଡୋନାଲ୍ଡ ଲେଖିଛନ୍ତି। ପିତାମାନେ ସନ୍ତାନମାନଙ୍କର ଲାଳନପାଳନ କରିବାକୁ ଅସମର୍ଥ ବୋଲି ଏକ ମିଥ୍ୟା ଧାରଣାକୁ ଭିତ୍ତି କରି ଅଦାଲତ ତାଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି କରି ପତ୍ନୀ ଶ୍ୟାମଳାଙ୍କ ପାଖରେ ହିଁ କନ୍ୟା ଦ୍ବୟ ରହିବା ପାଇଁ ନିର୍ଦ୍ଦେଶ କରିଥିଲେ। ତଥାପି ସେ ଦୃଢ଼ ରହି ପିତା ହିସାବରେ ଦୁଇ ଝିଅଙ୍କର ଦାୟିତ୍ବ ନେବାକୁ ଆଦୌ ମନା କରିନଥିଲେ ବୋଲି ଡୋନାଲ୍ଡ ଲେଖିଛନ୍ତି। ସୂଚନା ଥାଉ କି, କମଳାଙ୍କ ମାଆ ତଥା କର୍କଟ ରୋଗ ବିଶେଷଜ୍ଞ ଶ୍ୟାମଳା ଗୋପାଳନ୍ ଚିକିତ୍ସାରେ ନିଜକୁ ଉତ୍ସର୍ଗ କରିବାର ସ୍ବପ୍ନ ନେଇ ମାତ୍ର ୧୯ ବର୍ଷ ବୟସରେ ଭାରତରୁ ଆମେରିକା ଆସିଥିଲେ। ବର୍କଲେ ସ୍ଥିତ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଲୟରେ ତାଙ୍କର ଅର୍ଥନୀତି ବିଜ୍ଞାନ ପଢ଼ିବା ପାଇଁ ଜାମାଇକାରୁ ଆସିଥିବା ଡୋନାଲ୍ଡଙ୍କ ସହ ସାକ୍ଷାତ ହୋଇଥିଲା। ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିବା ସହ ପରସ୍ପରକୁ ଜୀବନସାଥୀ କରିବା ପାଇଁ ମନସ୍ଥ କରିଥିଲେ। ପରେ ସେମାନଙ୍କର ଦୁଇଟି କନ୍ୟା ସନ୍ତାନ(ମାୟା ଓ କମଳା) ଜନ୍ମ ନେଇଥିଲେ। ତେବେ କମଳାଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା, ଶ୍ୟାମଳା ଓ ଡୋନାଲ୍ଡଙ୍କ ଭିତରେ ବିବାହ ବିଚ୍ଛେଦ ଘଟିଥିଲା ଏବଂ ଶ୍ୟାମଳା ହିଁ ଦୁଇ ଝିଅଙ୍କୁ ଲାଳନ ପାଳନ କରି ମଣିଷ କରିଥିଲେ।
ଅଦାଲତ ଝିଅକୁ ମୋଠାରୁ ଦୂରେଇ ଦେଇଛି : ହାରିସଙ୍କ ବାପା
ତତ୍ତ୍ବାବଧାନ ମାମଲା ପରଠାରୁ ଝିଅ ସହ ସମ୍ପର୍କ ନାହିଁ
/sambad/media/post_attachments/wp-content/uploads/2020/08/donald-harris-kamala-harris.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)